ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦର ନିକଟ ଆର୍ଯ୍ୟପଲ୍ଲୀ କମ୍ୟୁନିଟି ହଲ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ -୨୦୨୩ ମହାସମାରୋହ ପାଳିତ ହୋଇଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ ସଭାପତିତ୍ୱ କରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ନେଇ ସଂଗଠିତ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ଶ୍ରୀ ଦାଶ ତୀବ୍ର ସମାଲୋଚନା କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚଷ୍ପତି ତଥା ରାଜ୍ୟ କୃଷି ମାର୍କେଟିଂ ବୋର୍ଡର ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ଶ୍ରମିକ ମାନଙ୍କ ଲାଗି ଉଦ୍ଦିଷ୍ଠ ବିଭିନ୍ନ ଆଇନ ଉପରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜି. ସନ୍ତୋଷ ରେଡ୍ଡୀ, ଦୁର୍ଯ୍ୟୋଧନ ବେହେରା, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ଶ୍ରୀରାମଚନ୍ଦ୍ରପୁର ଏସ୍‌. ସଞ୍ଜୀବ ରେଡ୍ଡୀ, ତ୍ରିନାଥ ରେଡ୍ଡୀ, କେ. କେଦାର, ଆର୍ ଗୋବିନ୍ଦା, ବି. ଭୀମସେନଙ୍କ ସମେତ ବହୁ ଶ୍ରମିକ ନେତା ଯୋଗଦେଇ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ନିମନ୍ତେ ସମସ୍ତେ ଏକଜୁଟ ହୋଇ କାମ କରିଲେ ସେମାନଙ୍କ ଦାବୀ ଗୁଡିକ ପୂରଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋପଳପୁର ପୋର୍ଟ କର୍ମଚାରୀ ସଂଘ , ଜୟଶ୍ରୀ କେମିକାଲ ୱାକରସ୍ ୟୁନିୟନ , ବ୍ଲାଷ୍ଟ ଏର୍ଭେସିବ କମ୍ପାନୀ ଶ୍ରମିକ ସଂଘ , ଗୋପଳପୁର ସୁପରଭାଇଜନର ୟୁନିୟନ ଏବଂ ଲୋଡିଂ ଓ ଅନଲୋଡିଂ ୟୁନିୟନର କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ