ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ କୁ ପୁଣି ବଡ ସଫଳତା
ଭଞ୍ଜନଗର-(ଯୁଗାଦ୍ଧ ନ୍ୟୁଜ୍)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ କୁ ମିଳିଲା ପୁଣି ସଫଳତା।ଗତ କାଲି ରାତିରେ ତାରସିଂଗ ଥାନା ଅନ୍ତର୍ଗତ ବରପଲ୍ଲୀ ଛକ ନିକଟରେ କିଛି ଦୁର୍ବୁତ୍ତ ଡକାୟତି ର ପ୍ରସ୍ତୁତି କରୁଥିବାର ଖବର ପାଇଁ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଏକ ବିଶ୍ରାମ ଗାର ରେ କିଛି ଦୁର୍ବୁତ୍ତ ଙ୍କୁ ଦେଖି ଯାଂଚ କରିବା ପାଇଁ ଅଟକି ଥିଲା ଯାଂଚ କରିବା ସମୟରେ ପାଞ୍ଚ ଜଣ ମଧ୍ୟରୁ ଜଣେ ଖସି ପଳାଇଥିଲା। ଅନ୍ୟ ମାନଙ୍କ ପୋଲିସ ଯାଂଚ କରିବାରୁ ସେମାନଙ୍କ ଠାରୁ ଖଣ୍ଡା, କାତି, ଲଙ୍କା ଗୁଣ୍ଡ, ସାଇକେଲ ଚେନ ମୋବାଇଲ,ଦୁଇ ଗୋଟି ବମ ଇତ୍ୟାଦି ଜବତ ହୋଇଛି।ପଚରା ଉଚାରା ପରେ ଜଣାପଡ଼ିଲା କି ସେମାନେ ଆଗରୁ ବହୁତ ଗୁଡିଏ ଘଟଣା ରେ ସମ୍ପୃକ୍ତ ଅଛନ୍ତି। ଘଟଣା କୁ ଆଧାର କରି ପୋଲିସ ଏକ କେଶ ରୁଜୁ କରି କୋର୍ଟ ଚାଲାଣ କରିଛି।