ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ସମର୍ଥ ଅନୁଷ୍ଠାନ ପକ୍ଷରୁ ମାସ୍କ ପ୍ରଦାନ
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ରୁ ଦୁରେଇ ରହିବା ନିମନ୍ତେ ସମସ୍ତେ ମାସ୍କ ବ୍ୟବହାର କରିବା ନିମନ୍ତେ ଜ଼ିଲ୍ଲାପ୍ରଶାସନପକ୍ଷରୁ କୁହାଯାଇଛି l ନୋ ମାସ୍କ ନୋ ସାମଗ୍ରୀ ଯଥା ମାସ୍କ ନାହିଁତ କୋଣସି ଅତ୍ୟାଵଶ୍ୟକ ସାମଗ୍ରୀ ଦିଆଯିବ ନାହିଁ ବୋଲି ମଧ୍ୟ ବିଭିନ୍ନ ଦୋକାନ ଗୁଡିକ ରେ ସୂଚନା ଫଳକ ଟଙ୍ଗା ଯାଇଛି l ଏନେଇ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଛତ୍ରପୁରର ସମର୍ଥ ଶିକ୍ଷାନୁଷ୍ଠାନ ପକ୍ଷରୁ ଜିଲ୍ଲାରେ ଥିବା ଅସହାୟ ଓ ଗରିବ ଶ୍ରେଣୀର ଲୋକମାନେ ଯେଉଁମାନେ ଆଜିର ଏହି ଆର୍ଥିକ ଅନାଟନରେ ମାସ୍କ କିଣିବା ପାଇଁ ସମର୍ଥ ହୋଇପାରୁନାହାନ୍ତି, ସେମାନଙ୍କ ପାଇଁ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ତଥା ସମର୍ଥ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ.କେ.ଆନନ୍ଦ ରାଓ ୧୮୦୦ ମାସ୍କ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି । ଏହାସହ ସମସ୍ତେ ଘରେ ରୁହନ୍ତୁ ଏବଂ ଗଞ୍ଜାମ ଜ଼ିଲ୍ଲାରେ ପ୍ରଶାସନ ଜାରି କରାଯାଇଥିବା ବିଭିନ୍ନ ନିୟମ କୁ ପାଳନ କରନ୍ତୁ ବୋଲି ସେ ବାର୍ତ୍ତା ଦେଇଥିଲେ l ସମର୍ଥ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ୨୦୦ ମାସ୍କ ମଧ୍ୟ ବଂଟନ କରାଯାଇଥିବା ନେଇ ଶ୍ରୀ ରାଓ ସୂଚନା ଦେଇଛନ୍ତି l ଏହି ମାସ୍କ ପ୍ରଦାନ ବେଳେ ସମର୍ଥ ଶିକ୍ଷାନୁଷ୍ଠାନର ଶିକ୍ଷକ ମହାନ୍ତି ଓ ସହାୟିକା ସ୍ୱପ୍ନା ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ l


