ଗଞ୍ଜାମ ଜିଲ୍ଲା ମହିଳା ଓ ପୁରୁଷ ବକ୍ସିଂ ଦଳର ରାଉରକେଲା ଯାତ୍ରା

ବ୍ରହ୍ମପୁର,(ଅନିଲ କୁମାର):ଆସନ୍ତା ୧୪/୧୨/୨୦୨୪ ଓ ୧୫/୧୨/୨୦୨୪ ତାରିଖ ରେ ରାଉରକେଲା ଠାରେ ମହିଳା ଓ ପୁରୁଷ ରାଜ୍ୟସ୍ତୀୟ ଏଲିଟ ସିନିୟର୍ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲାର ୧୭ ଜଣ ବକ୍ସର , କୋଚ୍, ମ୍ୟାନେଜର ଓ ରିଫେରୀ ଜଜ୍ ମୋଟ ୨୫ ଜଣିଆ ଦଳ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଆଜି ସନ୍ଧ୍ୟାରେ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କଲେ ବୋଲି ଜୀଡିଏଏର ସମ୍ପାଦକ ଜେ. କାମେଶ୍ବର ରାଓ ଏଵଂ ବକ୍ସିଂ ସମ୍ପାଦକ କେ. ପ୍ରଭାକର ରାଓ ଜଣାଇଛନ୍ତି। ପୁରୁଷ ଦଳ ରେ ୧. ଏସ. ସାଇ ପ୍ରତାପ, ୨. ଧନୁର୍ଜୟ ୩. ପ୍ରବୀଣ କୁମାର ସେଠୀ ୪. ବି. ନୀଳକଣ୍ଠ ୫. ଏସ. ମୁରଲୀ ୬. ବିପିନି ଗୌଡ଼ ୭. ଆଦିତ୍ୟ ମହାନ୍ତି ୮. ଅମନ ପାଢ଼ୀ ୯. ସରୋଜ କୁମାର ପଣ୍ଡା ୧୦. ସିଦ୍ଧାନ୍ତ ତରାଇ କୋଚ୍ ମ୍ୟାନେଜର ଭାବେ ଲିଟୁ ଦାସ, ମୁନା ଗୌଡ଼, ବି. ବୁଲୁ ପାତ୍ର ( ଆରଜେ) ଭାବେ ଯାତ୍ରା କରୁଥିବା ବେଳେ ମହିଳା ଦଳ ରେ ୧. ଏ. ରିତୁ ରାଓ, ୨. ଜ୍ୟୋତି ବେହେରା ୩. ସୃତିଶା ପାଣିଗ୍ରାହି, ୪. ଆୟୁଷ୍ମିତା ପାଣିଗ୍ରାହି, ୫. ସୁନିତା ଗୌଡ଼, ୬. ମନସ୍ଵିନୀ ସାବତ, ୭. ଡି. କୁସୁମା ରେଡ୍ଡୀ ତଥା କୋଚ ମ୍ୟାନେଜର ଭାବେ ଗୌରୀ ପଣ୍ଡା, ଜୀ. ୟୋଗୀ ନନ୍ଦ ଆଦି ଯାତ୍ରା କରୁଛନ୍ତି। ପୁନଃ ବକ୍ସିଂ କୋଚ୍ ତଥା ରାଜ୍ୟ ରିଫେରୀ ଜଜ୍ ଶିବରାମ ପାତ୍ର, ସ୍ଥାନୀୟ କୋଚ୍ ତଥା ଅନ୍ତର୍ଜାତୀୟ ରିଫେରୀ ଜଜ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ବହୁତ୍ ବକ୍ସର ଓ କ୍ରୀଡ଼ା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ