ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ନୂତନ ପଦାଧିକାରୀଙ୍କ ନାମ ଘୋଷଣା

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଶ୍ ଆଚାର୍ଯ୍ୟଙ୍କ ଅନୁମୋଦନ କ୍ରମେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ ତାଙ୍କ ଜିଲ୍ଲା ଯୁବମୋର୍ଚ୍ଚା କମିଟିର ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଉପସଭାପତି ଭାବେ ଜଗମୋହନ ପାତ୍ର,ବାପି ପ୍ରଧାନ,ଅଜୟ କୁମାର ନାୟକ,କେ.ଚନ୍ଦ୍ରଶେଖର ଦାଶ,ସାଧାରଣ ସମ୍ପାଦକ ବି.ସୋମନାଥ ପାତ୍ର,ଟୁଟୁନ ପାତ୍ର,ସମ୍ପାଦକ ବନିତା ସାହୁ, ଡ଼ି.ସୁରେଶ ରେଡ଼ୀ,ମାତା ପ୍ରସାଦ ନାୟକ,ଜି.ବିଜୟ ପାତ୍ର, କୋଷାଧ୍ୟକ୍ଷ ହୃଷିକେଶ ରେଡ଼ୀଙ୍କ ନାମ ଘୋଷଣା କରିଛନ୍ତି । ସେହିଭଳି ଜିଲ୍ଲା ଯୁବମୋର୍ଚ୍ଚା ପ୍ରକୋଷ୍ଠ ସଂଯୋଜକ (ସେଲ୍ କୋର୍ଡ଼ିନେଟର୍) ଭାବେ ଆଇଟି ସେଲ୍ ଜଗଦୀଶ ପ୍ରଧାନ,ମିଡ଼ିଆ ସେଲ୍ କମଲ ପାତ୍ର,ସୋସିଆଲ ମିଡ଼ିଆ ରବିନ୍ଦ୍ର ସାହୁ,ବ୍ଲଡ୍ ଡ଼ୋନେସନ୍ ସେଲ୍ ସିଦ୍ଧାର୍ଥ ଶଙ୍କର ପଣ୍ଡା,ସୋସିଆଲ ସଂଗଠନ ସେଲ୍ ରବି ରାଓ,ଟେକ୍ନିକାଲ ଏବଂ ପ୍ରଫେସନାଲ ସେଲ୍ ଏନ୍.ଦୀନବନ୍ଧୁ,ଆତ୍ମନିର୍ଭର ଭାରତ ସେଲ୍ ସୁରଜ କୁମାର ନାୟକ,ବେଟି ବଚାଅ ବେଟି ପଢ଼ାଅ ସେଲ୍ ସୁମନ ନାୟକ, ଆରଟିଆଇ ସେଲ୍ ଶୁଭାଶିଷ ବେହେରା,ଷ୍ଟାର୍ଟ ଅପ୍ ଇଣ୍ଡିଆ ସେଲ୍ ଟି.ସାଓ୍ୱନ କୁମାର ପାତ୍ର,ମେକ୍ ଇନ୍ ଇଣ୍ଡିଆ ସେଲ୍ ରମେଶ ଦୋରା,ଖେଲୋ ଇଣ୍ଡିଆ ସେଲ୍ ମହେଶ ତ୍ରିପାଠୀ,ଲିଗାଲ୍ ସେଲ୍ ଚନ୍ଦନ କୁମାର ଦେଓ,ସ୍ୱଚ୍ଛ ଭାରତ ସେଲ୍ ହରେକୃଷ୍ଣ ପାତ୍ର, ମିଲେନିୟମ ଭୋଟରସ୍ ସେଲ୍ ଟୁକୁନା ସାହୁ,ସ୍କିଲ୍ ଇଣ୍ଡିଆ ଆଶୁତୋଷ ତ୍ରିପାଠୀ,ୟୋଗା ସେଲ୍ ଅଲେଖ କନ୍ୟାରୀ,ଷ୍ଟଡ଼ି ସାରକିଲ୍ ହରି ଦୋରା,ୟୁନିଭରସିଟି କ୍ୟାମ୍ପସ ସେଲ୍ ଓଡ଼ି.ଶ୍ରୀନୁ,ରିସର୍ଚ୍ଚ ଏବଂ ଏନାଲିସିସ୍ ସେଲ୍ ଜି.ବାଳକୃଷ୍ଣ ରେଡ଼ୀ,କୋପରେଟିଭ୍ ସୋସାଇଟି ସେଲ୍ ଚିନ୍ମୟାନନ୍ଦ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତେର ଜଣଙ୍କୁ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଛଅ ଜଣଙ୍କ ନାମ ଘୋଷଣା କରିଛନ୍ତି ବୋଲି ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ