ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘକୁ ଆଇଏସଓ ପ୍ରମାଣପତ୍ର ପ୍ରଦାନ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘକୁ ମିଳିଛି ଆଇଏସ ପ୍ରମାଣପତ୍ର । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କାର୍ଯ୍ୟକଳାପରେ ସର୍ବୋତ୍ତମ ତଥା ଗୁଣାତ୍ମକ ସେବା ପାଇଁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘକୁ ଆଇଏସଓ-୯୦୦୧ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ପ୍ରମାଣପତ୍ର ଆମେରିକା ଗ୍ଲୋବସ୍ ଆନ୍ତର୍ଜାତୀୟ ସ୍ୱିକୃତିପ୍ରାପ୍ତ ଫୋରମ୍ ୍ ପ୍ରଦାନ କରିଛନ୍ତି ବୋଲି ମହାସଂଘର ସମ୍ପାଦକ କେ. ଆନନ୍ଦ ରାଓ ଏକ ପ୍ରେସବିବୃତି ଯୋଗେ ସୂଚନା ଦେଇଛନ୍ତି ।