ଗଞ୍ଜାମ ଜିଲ୍ଲା ସାଉଁଟିଆ ଜାତି ସମାଜ ମହାସଂଘର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ହରିହରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ସାଉଁଟିଆ ଜାତି ସମାଜ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସାଉଁଟିଆ ଜାତି ସମାଜ ମହାସଂଘର ଜିଲ୍ଲା ସମ୍ପାଦକ ଗୁରୁନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବେ ରାଜ୍ୟ ସଭାପତି ଆପନ୍ନା ପ୍ରଧାନ, ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ସଭାପତି ଗଙ୍ଗାଧର ପ୍ରଧାନ ଯୋଗ ଦେଇ ଜାତିର ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ସହ ସମସ୍ତେ ଶାନ୍ତି ଶୃଙ୍ଖଳାର ସହିତ ରହିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହ ସମାଜ ମଧ୍ୟରେ କିଛି ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ସମସ୍ତେ ଏକତ୍ରିତ ହୋଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଦିଲ୍ଲୀପ ପ୍ରଧାନ, ରାଜ୍ୟ କାର୍ଯ୍ୟ କାରିଣୀ କମିଟିର ସଦସ୍ୟ ମନୋଜ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରଣା ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ