ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ କର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ,ନଚେତ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଦୈନିକ ୮ଘଣ୍ଟା ସକାଶେ ନିଯୁକ୍ତି କରାଯିବ, କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କୁ ମାସିକ ୩୦ ହଜାର , ଚାଳକ କୁ ୨୫ ହଜାର ଏଵଂ ସହାୟକ କୁ ସର୍ବନିମ୍ନ ୨୦ ହଜାର ଟଙ୍କା ପ୍ରଦାନ କରିବା ସହ ବାର୍ଷିକ ଦରମା ବୃଦ୍ଧି କରିବା, ଜନ ସାଧାରଣଙ୍କ ଆକ୍ରୋଶ ର ଶିକାର ହେଲେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କର୍ମଚାରୀଙ୍କୁ ମେଡିକାଲ ପରିସରରେ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ କରିବା ଓ କର୍ମଚାରୀ ଙ୍କ ମୃତ୍ୟୁ ସହାୟତା ରାଶି ୨୦ ଲକ୍ଷ ଏବଂଶାରୀରିକ ଅକ୍ଷମ ସହାୟତା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଭଳି ବିଭିନ୍ନ ଦାବିନେଇ ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଗୁରୁବାର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତ ୨୦୧୩ ମସିହା ଠାରୁ ଏଯାବତ୍ ଏମାନେ ଅଳ୍ପ ପାରିଶ୍ରମିକରେ କାର୍ଯ୍ୟକରି ଆସୁଛନ୍ତି। ବନ୍ୟା, ବାତ୍ୟା, ମହାମାରୀ କୋରନା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନେ କାର୍ଯ୍ୟ କରୁଛନ୍ତି । ଏଣୁ ସେମାନଙ୍କ ଉକ୍ତ ଦାବି ଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ସଂଘର ସଭାପତି ନୀଳାଞ୍ଚଳ ପଣ୍ଡା , ଉପସଭାପତି ପ୍ରଦୀପ କୁମାର ପଣ୍ଡା , ସଂପାଦକ ସିଦ୍ଧାର୍ଥ ଶଙ୍କର ପଣ୍ଡା , ସୁନିଲ ଡାକୁଆ, ଅରୁଣ ସେଠି ଓ ଅଜୟ ଗୌଡ଼ଙ୍କ ସମେତ ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ