ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘ ବେଲଗୁଣ୍ଠା ବ୍ଳକ୍ ସଂଯୋଜକ ହେଲେ ଏସ୍. ଭାସ୍କର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଉଦୀୟମାନ ଯୁବକ ଏସ୍ ଭାସ୍କର ପାତ୍ର ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘର ବେଲଗୁଣ୍ଠା ବ୍ଳକ୍ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି I ପ୍ରକାଶ ଥାଉକି ଭାସ୍କର ବର୍ତ୍ତମାନ ବେଲଗୁଣ୍ଠା ସହରର ଏକ ନମ୍ବର୍ ୱାର୍ଡ୍ ର କାଉନସିଲର୍ ଅଛନ୍ତି I ବର୍ତ୍ତମାନ ଦଣ୍ଡନାଚ ଦଳ ଗୁଡ଼ିକ ଅଶ୍ଳୀଳତାକୁ ମାତ୍ରାଧିକ ପ୍ରଶ୍ରୟ ଦେଉଥିବାରୁ ଭାସ୍କର ବ୍ଲକ୍ ସଂଯୋଜକ ଭାବେ ମନୋନୀତ ହେବା ପରେ ଏସବୁରେ ସୁଧାର ଆଣିବା ସହିତ ଦଣ୍ଡନାଚର ପାରମ୍ପରିକ ତଥା ଧର୍ମୀୟ କଳା ସାଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରିବେ ବୋଲି ସେ ପ୍ରକାଶ କରିଛନ୍ତି I ଏହା ସହ ଦଣ୍ଡନାଚ କଳାକାର ଏବଂ ଏଥିରୁ ପେଟ ପୋଷୁଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଳକ୍ ର ଶହେରୁ ଊର୍ଦ୍ଧ୍ୱ ଗ୍ରାମରେ ଦଣ୍ଡନାଚ ରହିଛି I ଏହି ପରିପ୍ରେକ୍ଷୀରେ ଅଧିକାରୀ ଶଙ୍କର ଦଳେଇ ଙ୍କ ସମେତ ବେଲଗୁଣ୍ଠା ମା ଦଣ୍ଡ କାଳୀ ପରିଚାଳନା କମିଟି ମ୍ୟାନେଜର ଶଙ୍କର ବେହେରା, ସଂପାଦକ ସୁଶାନ୍ତ କୁମାର ବେହେରା , ସହ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ , କମିଟି ସଦସ୍ୟ ବ୍ରଜେନ୍ଦ୍ର ନାଥ ପତି , କାଶୀ ନାଥ ସାହୁ , ଶିବାଶିଷ ସାହୁ , ସଞ୍ଜୟ ବେହେରା , ଅଧିକାରୀ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ