ଗଞ୍ଜାମ ଜିଲ୍ଳା ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାନି ମତଦାନ
ଗଂଜାମ ଜିଲ୍ଲା ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରେଣ୍ଟୀ ଗାଁ ବୁଥ୍ ରେ ଦ୍ୱୀତିୟ ପର୍ୟ୍ୟାୟ ସାଧାରଣ ନିର୍ବାଚନ ସମୟରେ ରେ ଇଭିଏମ ମେସିନ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ମଧ୍ୟ ସୋରଡା ପୋଲିସ ବିଜେପି ପ୍ରାର୍ଥୀ ନିଳମଣୀ ବିଶୋୟୀ ଙ୍କୁ ପୋଲିସ ଗିରଫ କରାଯାଇଥିବା ବେଳେ ଆଜି ସେହି ବୁଥ୍ ରେ ଶାନ୍ତିଶୃଙ୍ଖଳା ସହ ସାନି ମତଦାନ ଜାରୀ ରହିଛି । ସକାଳ ୭ଟା ରୁ ଏହି ମତଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି , ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚ୍ୟାୟାରର ବ୍ୟବସ୍ଥା କରାଯାଇଛି । ଖରାର ଦୃଷ୍ଟିକୁ ରଖି ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।