ଗଞ୍ଜାମ ତହସିଲଦାରଙ୍କ ପୁଣି ଦବଙ୍ଗଗିରି : ଅଟକ ରଖିଲେ ଉତକ୍ତଲୋକେ 

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ପୁଣି ଦବଙ୍ଗଗିରି ପୁଣି ସମ୍ମାନକୁ ଆସିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ଜେଆରଜେ ପୁର ପଞ୍ଚାୟତର ସିପିକୁଦା ଗ୍ରାମକୁ ଆଜି ସକାଳ ପ୍ରାୟ ୧୦ ଘଣ୍ଟ ସମୟ ରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯାଇଥିଲେ। ଗ୍ରାମର ରାସ୍ତାଟି ଅଣ-ଓସାରିଆ ହୋଇଥିବାରୁ ତହସିଲଦାରଙ୍କ ଗାଡି ଗ୍ରାମରେ ଦ୍ରୁତଗତିରେ ଯାଉଥିଲା। ଗ୍ରାମର ଚନ୍ଦିନୀ ନିକଟରେ ବସିଥିବା ଏକାଧିକ ଗ୍ରାମବାସୀ ଦ୍ରୁତଗତିରେ ଗାଡି ଯାଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ଗ୍ରାମର ଅରଣ୍ୟ ନାୟକ (୩୭) ଏକ ଯୁବକ ତହସିଲଦାରଙ୍କ ଗାଡିକୁ ହାତଦେଖାଇ ଧୀରେ ନେବାକୁ କହିଥିଲେ । ଗ୍ରାମବାସୀଙ୍କ ଏହି କଥାକୁ ତହସିଲଦାର ଭ୍ରୁକ୍ଷେପ ନକରି ଗାଁ ଭିତରକୁ ଦ୍ରୁତ ଗତିରେ କିଛି ଦୂର ଯାଇ ପୁଣି ଚନ୍ଦନୀ ନିକଟକୁ ଆସି କିଏ ଗାଡିକୁ ହାତ ଦେଖାଉଥିଲା ବୋଲି ପଚାରିଥିଲେ । ଉପସ୍ଥିତ ଥିବା ଯୁବକ ଅରଣ୍ୟ ମୁଁ ହାତ ମାରିଥିଲି ଗାଡିଧୀରେ ନେବାକୁ , ସ୍କୁଲ ପିଲାମାନେ ଯାଉଛନ୍ତି ବୋଲି କହିବାରୁ ,ତହସିଲଦାର ଉତକ୍ଷିପ୍ତ ହୋଇ ଯୁବକକୁ ଚପଡା ମାରିଥିଲେ। ବିନା କାରଣରେ ତହସିଲଦାରଙ୍କ ମାଡ଼ ମାରିବା ଦେଖି ଗ୍ରାମ ବାସୀ ଏକତ୍ରିତ ହେବା ଦେଖି ତହସିଲଦାର ନିକଟସ୍ଥ ଵିଞ୍ଚଣାପଲ୍ଲି ଗ୍ରାମ ଅଭିମୁଖେ ପଳାଇଥିଲେ । ବିଞ୍ଚଣାପଲ୍ଲି ଗ୍ରାମ ଠାରୁ ସିପିକୁଦା ଗ୍ରାମକୁ ଗୋଟିଏ ରୋଡ଼ ସଂଯୋଗ ଥିବାରୁ ତହସିଲଦାରଙ୍କ ଗାଡି ଆଗକୁ ଆଉ ବଢି ନଥିଲା। ପରେ ଉତ୍ତକ୍ତ ଲୋକେ ସିପିକୁଦାରୁ ଵିଞ୍ଚଣାପଲ୍ଲି ଯାଇ ତହସିଲଦାରଙ୍କୁ ଘେରାଉ କରି ଆପଣ କୁ ନିୟମରେ, କଣ ପାଇଁ ବାଦେଇଲେ ବୋଲି ପଚାରିବାରୁ ତହସିଲଦାର ପୁଣି କ୍ଷବ୍ଧ ହୋଇ ଗ୍ରାମ ବାସୀଙ୍କ ସହ ପ୍ରବଳ ଉଛବଚାଷରେ କଥାକଟାକଟି ହେବାରୁ ଗ୍ରାମବାସୀ ମାନେ ତହସିଲଦାରଙ୍କ ଗାଡି ଆଗ ଓ ଚତୁରପାର୍ଶ୍ଵରେ ଘେରାଉ କରି ଅଟକ ରଖିଥିଲେ। ତହସିଲଦାରଙ୍କ ସମେତ ପାଞ୍ଚଜଣ ରାଜସ୍ୱ କର୍ମଚାରୀ ଅଟକ ବନ୍ଦୀ ହୋଇରହିଥିଲେ । ପରେ ତହସିଲଦାର ରମ୍ଭା ଥାନାକୁ ଘଟଣା ସମ୍ପର୍କରେ ଖବର ଦେବାରୁ ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ତହସିଲଦାର ଓ ପାଞ୍ଚଜଣ କର୍ମଚାରୀଙ୍କୁ ମୁକ୍ତ କରିଥିଲେ। ତହସିଲଦାରଙ୍କ ଉକ୍ତ ଅଞ୍ଚଳରେ ବାରମ୍ବାର ଦବଙ୍ଗଗିରି ଯୋଗୁଁ ଲୋକମାନେ ଅତିଷ୍ଠ ହୋଇ ରହିଥିଲେ । ଆଜିର ଏହି ଘଟଣା ପ୍ରଚାର ପରେ ଉକ୍ତ ପଞ୍ଚାୟତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ଜିଲ୍ଲାପାଳଙ୍କୁ ଭେଟି ଅଵଗତ କରାଇବା ସହ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଅଞ୍ଚଳ ବସି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ତହସିଲଦାର ଭାବେ ଅରୁଣ ନାୟକ ଦାଇତ୍ୱ ନେବାପର ଦିନ ଠାରୁ ତାଙ୍କ ପିଛା ବିବାଦ ଛାଡୁନଥିବା ଦେଖାଯାଇଛି। ପୂର୍ବରୁ, ହୁମ୍ମା ପେଟ୍ରୋଲ ପମ୍ପଠାଟାଙ୍କିର ଜଣେ କର୍ମଚାରୀଙ୍କୁ ଗୁଞ୍ଜି କଢ଼ାଇବା ସହ ବିଭିନ୍ନ ସମୟରେ ବ୍ୟବହାର ଓ ଦବଙ୍ଗଗିରିକୁ ନେଇ ବିବାଦୀୟ ହୋଇପଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ