ଗଞ୍ଜାମ ଥାନା ପକ୍ଷରୁ ଜୁଆ ଆଡାରେ ଚଢ଼ାଉ

ଗଂଜାମ (ବିନୋଦ ପଲେଇ) : ଗଞ୍ଜାମ ଥାନା ପକ୍ଷରୁ ଦୁଇଟି ଜୁଆ ଆଡାରେ ପୃଥକ ପୃଥକ ଚଢାଉ କରି ୩୨ ହଜାର ୩୭୦ ଟାଙ୍କା, ପାଞ୍ଚଟି ସ୍ମାର୍ଟ ଫୋନ, ଦୁଇଟି ବାଇକ ଜବତ କରିବା ସହ ୧୦ ଜଣଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଛନ୍ତି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମ ନିକଟରେ ଜୁଆ ଅଡ୍ଡା
ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏସ ଆଇ ଅଜିତ ପରିଡା ଏ.ଏସ.ଆଇ ସୁପ୍ରଭା ସାହୁ,ସୂର୍ଯ୍ୟ ନାରାୟଣ ବେହେରା ଚଢ଼ାଉ କରି ଘଟଣା ସ୍ଥଳରୁ ନଗଦ ୨୦,୩୫୦ ଟଙ୍କା,୪ଟି ସ୍ମାର୍ଟ ଫୋନ,ଦୁଇ ମୋଟର ସାଇକେଲ ଜବତ କରିବା ସହ କେଶ୍ ନଂ- ୧୮୦/୨୧ ମାମଲା ରୁଜ୍ଜୁ କରି ଛଅ ଜଣଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଛନ୍ତି । ସେହିପରି କୁଣ୍ଡାପୁଟ ଗ୍ରାମ ନିକଟରେ ଜୁଆ ଆଡ଼ା ଚାଲିଥିବା ବେଳେ ଚଢ଼ାଉ କରି ଘଟଣା ସ୍ଥଳରୁ ୧୨,୦୨୦ ଟଙ୍କା ,ଏକ ସାମସଙ୍ଗ ସ୍ମାର୍ଟ ଫୋନ ଜବତ କରିବା ସହ କେଶ ନମ୍ବର ୧୮୧/ ୨୧ ମାମଲା ରୁଜୁ କରି ଚାରି ଜୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ