ଗଞ୍ଜାମ ନଗର କଂଗ୍ରେସ ପକ୍ଷରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଓ ସ୍ମାରକପତ୍ର ପ୍ରଦାନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ନଗର କଂଗ୍ରେସ ତରଫରୁ ସମ୍ପାଦକ ଯଜ୍ଞସ୍ୱର ଶତପଥୀ (ଟୁନା) ଙ୍କ ତତ୍ତ୍ୱାବଧାନରେ ଗଂଜାମ ଏନଏସିରେ ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦେବା ସହ ସହରର ବିଭିନ୍ନ ସମସ୍ୟା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସହରରେ ବଡ଼ବଜ଼ାର ଠାରେ ଲାୟନ୍ସ କ୍ଲବ ପକ୍ଷରୁ ନିର୍ମାଣ ହୋଇଥିବା ଯାତ୍ରୀ ଵିଶ୍ରାମ ଗୃହକୁ ଭଙ୍ଗାଯାଇ ନୂତନ ନିର୍ମାଣ ହେବା ପାଇଁ ବାରମ୍ବାର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲେ ଏହା ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା,ଜଳ ନିଷ୍କାସନ ପାଇଁ ସହର ମୁଖ୍ୟ ଡ୍ରେନ (ଯୁଏଏ ଠାରୁ ସମୁଦ୍ର କୁ ମିଶିଥିବା) ର ପୁନରୁଦ୍ଧାର, ସହରର ସମସ୍ତ ପୋଖରୀର ସଫେଇ , ପୁନରୁଦ୍ଧାର ଓ ସୋନ୍ଦର୍ୟ୍ଯ କରଣ, ସଠିକ ଉପଭୋକ୍ତାଙ୍କୁ ଚିହ୍ନଟ କରି ରେସନ କାର୍ଡ ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ରେ ଏନଏସିର ନିର୍ଦ୍ଧାରିତ ୨ଟି ଲେଖାଏଁ ଡ଼ଷ୍ଟପି ନ ପ୍ରତ୍ୟେକ ପରିବାରକୁ ପ୍ରଦାନ, ପାନୀୟ ଜଳ ସମସ୍ୟା ଦେଖାଯାଉଥିବାରୁ ଏକ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ସମସ୍ତ ସମସ୍ୟା ଶୁଣିବା ପରେ ନୁତନ କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।