ଗଞ୍ଜାମ ପଞ୍ଚାୟତ ସମିତି ଚତୁର୍ଥ ଅଧିବେଶନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଷ୍ଟାଣ୍ଡିଙ୍ଗ କମିଟି ଗଠନ , ନିମ୍ନମାନର ଚତୁଆ ବଣ୍ଟନ କୁ ନେଇ ହଟଗୋଳ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା।
ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବିଡ଼ିଓ ଜସ୍ମିନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଅନ୍ତଜ୍ୟାମି ବେହେରା, ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ ମଞ୍ଚାସିନ ଥିଲେ। ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପୂର୍ବ ଅଧିବେଶନ ବିବରଣୀ ପଠନ କରିଥିଲେ l ବୈଠକ ପ୍ରାରମ୍ଭରେ ବିଭିନ୍ନ ବିଭାଗକୁ ନେଇ ଷ୍ଟାଣ୍ଡିଙ୍ଗ କମିଟି ଗଠନକୁ ନେଇ ଭାଜପା ସମର୍ଥିତ ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ ସମସ୍ତ ଷ୍ଟାଣ୍ଡିଙ୍ଗ କମିଟିରେ ଶାସକ ଦଳର ସଭ୍ୟଙ୍କୁ ଅଧ୍ୟକ୍ଷ କରାଯାଉଥିବା ନେଇ ଆପତ୍ତି ଉଠାଇଥିବା ବେଳେ ତାଙ୍କୁ ଭାଜପାର ଅନ୍ୟ ସଦସ୍ୟ ମାନେ ସମର୍ଥନ କରି ହଟଗୋଳ କରିଥିଲେ l ଯାହାକୁ ଶାସକ ଦଳ ସମର୍ଥିତ ସମିତି ସଭ୍ୟ ମାନେ ପ୍ରତିବାଦ କରିବା ସହ ଭୋଟିଙ୍ଗ ଦାବି କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଦୁଇଟି କମିଟି ପାଇଁ ଭୋଟିଙ୍ଗ ହୋଇଥିବା ବେଳେ ପରେ ବିଡ଼ିଓ ପ୍ରଧାନ ଆପୋଷ ସମାଧାନ କରି ସାତୋଟି ସ୍ଥାୟୀ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇଥିଲା l ଯୋଜନା, ଅର୍ଥ, ପାନୀୟ ଜଳ ଯୋଗାଣ, ଜଙ୍ଗଲ ଓ ପରିବେଶ, ଗୋଖାଦ୍ୟ, ଶିକ୍ଷା କ୍ରୀଡା ଓ ସ୍ୱାସ୍ଥ୍ୟ ବିଭାଗକୁ ନେଇ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ଭାବେ ବ୍ଲକ ଉପାଧ୍ୟାକ୍ଷ ମନୋନୀତ ହୋଇଥିବା ବେଳେ ମହିଳା ଶିଶୁ ବିକାଶ, ଗ୍ରାମାଞ୍ଚଳ ଗୃହ ନିର୍ମାଣ ଓ ସାମାଜିକ କଲ୍ୟାଣ ସ୍ଥାୟୀ କମିଟି ଚେୟାରମ୍ୟାନ ପାଇଁ ବ୍ଲକ ଅଧକ୍ଷା ପ୍ରଧାନଙ୍କୁ ମନୋନୀତ ହୋଇଥିଲେ। ସେହିପରି କରପଡା ସରପଞ୍ଚ ଅଜୟ କୁମାର ନାୟକ ନିମ୍ନମାନର ଛତୁଆ ବଣ୍ଟନନେଇ ସିଡିପିଓଙ୍କୁ ଅଭିଯୋଗ କରିବା ସ୍ୱତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ କରିଥିବା ବେଳେ ତାଙ୍କ ଅନ୍ୟ ସମିତି ସଭ୍ୟ ସମର୍ଥନ କରିଥିଲେ। ଅନ୍ୟପଟେ କରପଡା ସମିତି ସଭ୍ୟ ଦୀପାଳି ନାୟକ ଏହାର ପ୍ରତିବାଦ କରିଥିଲେ। ତାଙ୍କୁ ସମର୍ଥନ କରିଥିଲେ ହୁମ୍ମା ଓ ସୁବଳୟା ସମିତି ସଭ୍ୟ। ଯାହାକୁ ନେଇ କଥା କଟାକାଟି ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ୧୫ ନମ୍ବର ଯୋନ ଜିଲ୍ଲାପରିଷଦ ସନାତନ ବେହେରା ଛତୁଆ ନେଇଥିବା ଏଜେନ୍ସି କୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ପରେ ବିଡ଼ିଓ ଏହାର ତଦନ୍ତ କରାଯିବ , ସେହି ରିପୋଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ରାମଗଡ଼ ସମିତି ସଭ୍ୟ ଗୀତାଞ୍ଜଳୀ ବେହେରା ପଞ୍ଚାୟତକୁ କେତେ ବଜେଟ ଆସିଛି , କେତେ ଖର୍ଚ୍ଚ ହୋଇଛି, ତାହାର ହିସାବ ମାଗିବାରୁ ଏନେଇ ଲିଖିତ ଭାବେ ଜଣାଇଦିଆଯିବ ବୋଲି ବିଡିଓ କହିଥିଲେ। ସେହିପରି ଅଙ୍ଗାନାବାଡ଼ି ଗୃହ ନିର୍ମାଣ, ଶିକ୍ଷକ ଅଭାବ , ଧାନମୁଣ୍ଡି ସମସ୍ୟା ନେଇ ବ୍ୟାପକ ଆଲୋଚନା ହୋଇଥିଲା। କାଇଁଛପୁର ସରପଞ୍ଚ ଚନ୍ଦନା ରେଡି ଗଂଜାମ ରେଳପୋଲ ଠାରୁ ମାଳିଜଗନ୍ନାଥପୁର ପର୍ଯ୍ୟନ୍ତ ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ନଦୀବନ୍ଧ ନିର୍ମାଣ, ସାନକାଇଞ୍ଚପୁର ରେଳଗେଟ ଠାରେ ଗଳା ଶଙ୍ଖ ନିର୍ମାଣ ପାଇଁ ଦାବି ରଖିଥିଲେ। କାଇଁଛପୁର ପଞ୍ଚାୟତରେ ମହିଳା ସଙ୍ଘରେ ଗ୍ରୁଫ ଲୋନରେ ଆର୍ଥିକ ହେରଫେର ନେଇ ଅଭିଯୋଗ କରିବା ସହ ଏହାର ତଦନ୍ତ ବିଡ଼ିଓ ନିଜେ କଲେ ପ୍ରକୃତ ଘଟଣା ଲୋକେଲୋଚନକୁ ଆସିପାରିବ ବୋଲି ଜିଲ୍ଲାପରିଷଦ ସଭ୍ୟ ବେହେରା ଅଭିଯୋଗ କରିଥିଲେ। ଏନେଇ ବିଡ଼ିଓ ଉଭୟ ଗୋଷ୍ଟିଙ୍କୁ ନେଇ ଆଲୋଚନା ହୋଇଛି । ୧୯ ତାରିଖରେ ପୁଣି ଉଭୟ ଗୋଷ୍ଠୀଙ୍କୁ ଡକାଯାଇଛି ।ସେଦିନ ରିପୋଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଆପଣ ମାନେ ଚାହିଁବେ ଆଇନର ଆଶ୍ରୟ ନେଇ ପାରିବେ ବୋଲି କହିଥିଲେ। ଏହି ଅବସରରେ ଖଣ୍ଡିଦେଉଳି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦର ଡାକ୍ତର ସୌମ୍ୟ କାନ୍ତ ମହାପାତ୍ର ଗଂଜାମ ବ୍ଲକକୁ ଯକ୍ଷ୍ମା ମୁକ୍ତ ବ୍ଲକ କରିବା ପାଇଁ ନିଆଯାଇଥିବା ପଦେଖପ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମିତି ସଭ୍ୟ ହଜାରୀ ରାମ ବେହେରା, ସିଧେଶ୍ୱର ନାୟକ, ଅନୁକୂଳ ଚନ୍ଦ୍ର ନାୟକ, ଏସ୍ .କବିତା ରେଡ୍ଡୀ, ଏ. ବିଷ୍ଣୁପ୍ରୀୟା ମହାପାତ୍ର, ମାମି ଦାସ, ମଳୟ ଦାସ, ସରପଞ୍ଚ ସଂଯୁକ୍ତା ପ୍ରଧାନ, ରଞ୍ଜନ ପଳାଇ, ଜାନକୀ ଦାସ, ରବୀନ୍ଦ୍ର ବେହେରା, ଅଜୟ କୁମାର ନାୟକ, ରଞ୍ଜନ ବେହେରା ,ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ,ସିଡିପିଓ ସଲୀଳା ପ୍ରଧାନ, ବିଇଓ ଭାଗୀରଥି ବେହେରା, ଓଏଲଏମ୍-ବିପିଏମ-ଜଳନ୍ଧର ମହାରଣା, ମିଶନ ଶକ୍ତି- ବିପିସି- ଚନ୍ଦନ କୁମାର ପାଢୀ,ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଦିଲେସ୍ ଆଚାର୍ଯ୍ୟ,କୃଷିସହକାରୀ ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ,ଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ ସମିତି ସଭ୍ୟ ଓ ଲାଇନ ଡିପାଟମେଣ୍ଟ ର ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ