ଗଞ୍ଜାମ ପୁଲିସର ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ
ଛତ୍ରପୁର, (ପ୍ରଶାନ୍ତ କୁମାର ମାହରଣା): ସ୍ଥାନୀୟ ଗଂଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଗଂଜାମ ପୁଲିସ ଜିଲ୍ଲାର ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଅଧ୍ୟକ୍ଷତା କରି ଉପଖଣ୍ଡ ଥାନାରେ ଛୋଟ ଛୋଟ ମାମଲା ରୁଜୁ ହୋଇଛି । ଉକ୍ତ ମାମଲା ଗୁଡିକୁ ତୁରନ୍ତ ତଦନ୍ତ କରି ଫଇସଲା କରିବା ଦିଗରେ ପଦକ୍ଷେପ ନିଆଯିବ । ପ୍ରତ୍ୟେକ ଥାନା ଅଧୀନରେ ପେଣ୍ଡିଂ ଥିବା ବିଭିନ୍ନ ମାମଲା ଗୁଡିକ ଉପରେ ଏସ୍ପି ଶ୍ରୀ ରାଏ ସମୀକ୍ଷା କରିଥିଲେ । କେଉଁ କାରଣରୁ କେସ୍ ଗୁଡିକ ତଦନ୍ତରେ ବାଧା ସୃଷ୍ଟି କରୁଛି । ଯଦ୍ୱାରା ମାମଲା ଗୁଡିକ ପେଣ୍ଡିଂ ରହୁଛି, ସେଗୁଡିକର ସମାଧାନ ବାଟ ବାହାର କରି ତୁରନ୍ତ ପେଣ୍ଡିଂ ଥିବା ମାମଲା ଗୁଡିକୁ ଶେଷ କରିବାକୁ ନିର୍ଦ୍ଦେଶ ଜାରୀ ହୋଇଛି । ପ୍ରତ୍ୟେକ ଥାନା ଅଂଚଳରେ ବେଆଇନ ମଦକାର ଉପରେ ନୀୟମିତ ଚଢାଉ କରିବା । ସ୍ୱୟଂ ସିଦ୍ଧା, ଆମ ପୁଲିସ ସମିତି କାର୍ଯ୍ୟକାରୀ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନତା କରାଇବା । ବରିଷ୍ଠ ନାଗରିକ ମାନଙ୍କୁ ଉଚିତ ସେବା ଦେବା । ଗାଁ ଗାଁ ଗୁଣି ଗାରେଡି, ସାଇବର କ୍ରାଇମ୍, ବ୍ୟାଙ୍କ ଟଙ୍କା ଉଠାଇବା ବେଳେ କିପରି ଲୁଟର ଶୀକାର ନହେବେ ସେଥିପ୍ରତି ସଚେତନତା ରହିବା ନିମନ୍ତେ ଲୋକଙ୍କୁ ବୈଠକ ବୁଝାଇବା, ଶିଶୁ ଶ୍ରମିକ ଏବଂ ବିନା ପଂଜିକରଣରେ ଦଲାଲ ଙ୍କ ଜରିଆରରେ ଯାଉଥିବା ଦାଦନ ଶ୍ରମିକ ଉପରେ ନଜର ରଖିବା ନିମନ୍ତେ ଏସପି ଶ୍ରୀ ରାଏ ପରାମର୍ଶ ଦେଇଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସ୍ପି ପତିତପାବନ ଚୌଧୂରୀ, ଓ ସିତାରାମ ଶତପଥୀ, ଡିଆଇବି ଡିଏସପି ପ୍ରଦୀପ କୁମାର ଦଳାଇ, ଆରଆଇ ସୁବଳ କୁମାର ସୁରେନ୍, ହୋମଗାର୍ଡ ଆରଆଇଗଙ୍ଗାଧର ଧାଙ୍ଗର, ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ପୁରୁଷୋତ୍ତମପୁର ଏସ୍ଡିପିଓ ନିମାଇଁ ଚରଣ ସେଠୀଙ୍କ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ମାନେ ଯୋଗଦେଇଥିଲେ ।