ଗଞ୍ଜାମ ପୁଲିସ ପକ୍ଷରୁ ପଠାଗଲା ରିଲିଫ୍ ସାମଗ୍ରୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ବାତ୍ୟା ‘ଫନି’ ପ୍ରପୀଡିତଙ୍କୁ ସହାୟତା ପ୍ରଦାନ ପାଇଁ ଗଞ୍ଜାମ ପୁଲିସ ଅଣ୍ଟା ଭିଡିଛି । ଏନେଇ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ପୁଲିସ ୨ ଟ୍ରକ ଏବଂ ଗୋଟିଏ ପିକ୍ଅପ୍ ଭେନ୍ରେ ରିଲିଫ୍ ସାମଗ୍ରୀ ପୁରୀ ପଠାଇଛି । ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲା ସଂପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି । ସେଠାକାର ଲୋକମାନେ ଖାଦ୍ୟ, ପାନୀୟ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ଲୋକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଗଞ୍ଜାମ ପୁଲିସ ରିଲିଫ୍ ସାମଗ୍ରୀ ପୁରୀ ଅଭିମୁଖେ ପଠାଯାଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ପୁରୁଷୋତ୍ତମପୁର ଏସ୍ଡିପିଓ ନିମାଇଁ ସେଠୀ, ଭଞ୍ଜନଗର ଏସ୍ଡିପିଓ ସୁଧାଂଶୁ ଶେଖର ମିଶ୍ର ଓ ଆସିକା ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ସହଯୋଗରେ ସମସ୍ତ ଥାନା ଅଞ୍ଚଳରୁ ଚାଉଳ ୧୦୭ କୁଇଣ୍ଟାଲ, ଚୁଡା ୨୨.୨୫ କୁଇଣ୍ଟାଲ, ଡାଲି ୧୦.୭୮ କୁଇଣ୍ଟାଲ, ମୋଟର ୩.୬୦ କୁଇଣ୍ଟାଲ, ଚିନି ୫.୧୦ କୁଇଣ୍ଟାଲ, ସୁଜି ୩.୬ କୁଇଣ୍ଟାଲ, ଆଳୁ ୩୪.୫୦ କୁଇଣ୍ଟାଲ, ଖାଇବା ତେଲ ୨୯୨ ଲିଟର, ବିସ୍କୁଟ ୧୫୦ କାର୍ଟୁନ୍, ଲୁଣି ୬୦ କେଜି ବିଶିଷ୍ଟ ୧୫ ବ୍ୟାଗ୍, ଗୁଡ ୫.୯୮ କୁଇଣ୍ଟାଲ, ମିକଚର୍ ୧୯୧ କେଜି, ନୁଡଲସ୍ ୨ କାର୍ଟୁନ୍, ଗୁଲକୋସ୍ ୧ କାର୍ଟୁନ୍, ପାଣି ବୋତଲ ୩୦ କାର୍ଟୁନ୍, ପାଣି ପାଉଚ୍ ୧୮୨ ପ୍ୟାକଟ୍, ମହମବତୀ ୧୫ କାର୍ଟୁନ୍, ଡିଆସିଲି ବକ୍ସ ୯ କାର୍ଟୁନ୍, ଖାଦ୍ୟ ପ୍ଲେଟ୍ ୨୦୦,ଗାଧେଇବା ସାବୁନ୍ ୧ କାର୍ଟୁନ୍, ଶାଢୀ, ଲୁଙ୍ଗି ଏବଂ ନାଫକିନ୍ ଆଦି ରିଲିଫ୍ ସାମଗ୍ରୀ ଏଠାରୁ ପଠାଯାଇଛି । ଏଥିସହ କିଛି ଆର୍ଥିକ ସହାୟତା ମଧ୍ୟ କରାଯିବାର ରହିଛି । ଏନେଇ ପୁଲିସ କର୍ମଚାରୀଙ୍କ ଠାରୁ ଆଦାୟ ଚାଲିଛି । ଆଗାମୀ ଦିନରେ କେତେ ପରିମାଣର ଅର୍ଥିକ ସହାୟତା ଦିଆଯିବ ଘୋଷଣା ହେବ ବୋଲି ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି । ଛତ୍ରପୁର ସ୍ଥିତ ରିଜର୍ଭ କାର୍ଯ୍ୟାଳୟ ଠାରୁ ଗଞ୍ଜାମ ପୁଲିସର ରିଲିଫ୍ ଗାଡି ପୁରୀ ଅଭିମୁଖେ ବାହାରିଥିଲା । ଏହି ସମୟରେ ଗଞ୍ଜାମ ଏସ୍ପି ଶ୍ରୀ ରାଏ, ଛତ୍ରପୁର ଏସ୍ଡିପିଓ ଶ୍ରୀ ଦାଶ, ଡିଆଇବି ଡିଏସ୍ପି ପ୍ରଦୀପ କୁମାର ଦଳାଇ, ଆରଆଇ ସୁବଳ କୁମାର ସୁରେନ୍, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଏ.ରାବଣା ରାଓ, ଗଞ୍ଜାମ ପୁଲିସ କନଷ୍ଟେବଲ ଓ ହାବିଲଦାର ସଂଘର ସଭାପତି ଅଭିମନ୍ୟୁ ଜାଲି, ସଂପାଦକ ସୁବାସ ଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ବଳରାମ ଜେନାଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ