ଗଞ୍ଜାମ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଛତ୍ରପୁର,(ଦେବଦତ୍ତ ମହାରଣା): ଆଜି ଲୈାହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୫ତମ ଜୟନ୍ତୀ । ୨୦୧୪ରୁ ପ୍ରତିବର୍ଷ ଅକ୍ଟୋବର ୩୧ତାରିଖରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଦେଶବ୍ୟାପୀ ଆୟୋଜିତ ହେଉଛି ରନ୍ ଫର ୟୁନିଟି । ଏନେଇ ସ୍ଥାନୀୟ ରିଜର୍ଭ ପୁଲିସ ପଡିଅଅ ଠାରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ପୈାରହିତ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଦିବସ ଅବସରରେ ଏସପିଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର , ଡିଏସପି ଉତ୍କଳ କେଶରୀ ଦାଶ ଓ ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ସର୍ଜେଣ୍ଟ ସଂଜୟ କୁମାର ବାରିକ, ଏ.ରାବଣା ରାଓ , ଗଂଜାମ ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ , ସଂପାଦକ ବ୍ରଜ ମୋହନ ଜେନା, କୋଷାଧ୍ୟକ୍ଷ ହାଡୁବନ୍ଧୁ ବେହେରଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


