ଗଞ୍ଜାମ ପୁଲିସ ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତା ନିର୍ବାଚନ ନିମନ୍ତେ ମତଦାନ ଶେଷ
ଛତ୍ରପୁର,(ଯୁଗାବ୍ଦ ନୁୂ୍ୟଜ୍) : ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତା ନିର୍ବାଚନ ନିମନ୍ତେ ରବିବାର ମତଦାନ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ଦୁଇବର୍ଷ ପାଇଁ ସଂଘର ଦାୟିତ୍ୱ ଭାର ଉଠାଇବା ପାଇଁ ପ୍ରତିଥର ଭଳି ଚଳିତ ଥର କର୍ମକର୍ତ୍ତାଙ୍କ ନିର୍ବାଚନ ହୋଇଛି । ସଭାପତି, ସଂପାଦକ, ଉପସଭାପତି, କୋଷାଧ୍ୟକ୍ଷ, ସହ-ସଂପାଦକ (୧) ଓ (୨) ଏବଂ ଅନ୍ୟାନ୍ୟ ପଦବୀ ନିମନ୍ତେ ସମୁଦାୟ ୨୨ ଜଣ ପ୍ରାର୍ଥୀ ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସଂଘର ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଥିବା ବେଳେ ୯୫.୪୨ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ଅକ୍ଟୋବର ୧ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ପତି ତପାବନ ଚୌଧୂରୀ ସୂଚନା ପ୍ରଦାନ କରିଛନ୍ତି ।