ଗଞ୍ଜାମ ପୋଲିସକୁ ମିଳିଛି ସଫଳତା
ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନା ଅଞ୍ଚଳରେ ଗତ ମାସ ୧୨ ତାରିଖ ରାତ୍ର ସମୟରେ ହୋଇଥିବା ସୁନା ଚୋରୀ ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କ ସମେତ ମୋଟ ୧୫ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ କିଲୋ ୫୦୧ ଗ୍ରାମ ଚୋରି ସୁନା ଅଳଙ୍କାର ସହିତ ୪ଲକ୍ଷ ୪୪ ହଜାର ପାଞ୍ଚ ଶହ ଟଙ୍କା ଏବଂ ଏହି ସିନ୍ଧି ଚୋରୀ ଘଟଣାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ । ଏଥିରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ଅତିରିକ୍ତ ଏସ୍.ପି ଠାକୁର ପ୍ରସାଦ ପାତ୍ର ପୁରୁଷୋତ୍ତମପୁର ଏସଡିପିଓ ସିମା ସ୍ୱାଇଁ, ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଠିକ ଏକ ମାସ ପରେ ସମସ୍ତ ଅଭିଯୁକ୍ତ ମାନେ ଧରାପଡିଛନ୍ତି । ଏଥିରେ ୧୦ ଜଣ ଲୁଟେରା ହୋଇଥିବା ବେଳେ ପାଞ୍ଚ ଜଣ ରିସିଭର୍ ଭାବରେ ସୁନାରୀ କିଣି ଗିରଫ ହୋଇଛନ୍ତି ।


