ଗଞ୍ଜାମ ପୋଲିସର ଯାଂଚ୍, ୩ ଲକ୍ଷ ୩୧ ହଜାର ଟଙ୍କା ଜରିମାନା ଆଦାୟ
ଛତ୍ରପୁର (ଦେବଦତ୍ତ ମହାରଣା): ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମ ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଂଚଳରେ ଯାଂଚ୍ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ଏବଂ ବିନା ମାସ୍କଧାରୀଙ୍କ ଠାରୁ ୩ ଲକ୍ଷ ୩୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଚାରି ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସିଜ୍ କରାଯାଇଛି । ସେହିପରି ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ୭ଟି ଅବକାରୀ ମାମଲା ରୁଜୁ କରାଯାଇ ୯୮.୫ ଲିଟର ମଦ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।