ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ : ୫୧ ହଜାର ୧୦୦ ଟଙ୍କା ଜରିମାନା ଆଦାୟ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟ୍ରାଫିକ ନିୟମ ଅବମାନନା ଓ ବିନା ହେଲମେଟଧାରୀମାନଙ୍କ ଠାରୁ ୩୧ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ କୁ ରଦ୍ଦ କରାଯାଇଛି । ସେହିପରି ମାସ୍କ ନ ପିନ୍ଧିନଥିବା ବ୍ୟକ୍ତି ମାନଙ୍କ ଠାରୁ ୧୩ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାସହ ୮ଟି ଅବକାରୀ ମାମଲା ରୁଜୁ କରାଯାଇ ୧୬୨.୭ ଲିଟର ମଦ ଜବତ କରାଯାଇଛି । ଏହା ସହିତ ୮ଜଣଙ୍କୁ ଗିରଫ୍ କରାଯାଇଥିବା ପୋଲିସ୍ ମୁଖ୍ୟାଳୟ ରୁ ଟୁଇଟ ଯୋଗେ ସୂଚନା ମିଳିଛି ।


