ଗଞ୍ଜାମ ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ଲୌହ ପୁରୁଷ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତି । ୨୦୧୪ ରୁ ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଦେଶବ୍ୟାପୀ ଆୟୋଜିତ ହେଉଛି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ । ଏନେଇ ସ୍ଥାନୀୟ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏସପି ବ୍ରିଜେସ୍ କୁମାର ରାଏଙ୍କ ପୌରହିତରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅଭସରରେ ଗଞ୍ଜାମ ଏସପିଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି ମମତା ନାୟକ, ଡିଆଇବି ଡିଏସପି ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ରିଜର୍ଭ ଇନସିପେକ୍ଟର ଅଭିମନ୍ୟୁ ନାୟକ, ସର୍ଜେଣ୍ଟ ସଂଜୟ କୁମାର ବାରିକି, ଗଞ୍ଜାମ ପୋଲିସ୍ ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ଚନ୍ଦ୍ର ସେଠୀଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ ।