ଗଞ୍ଜାମ ଫୋରମ ତରଫରୁ ସ୍ମାରକୀ ପାଳନ
ଗଞ୍ଜାମ ଫୋରମ ଫର ତରଫରୁୁ ଦେଶର ବାପୁ ମହାତ୍ମାଗାନ୍ଧୀଙ୍କ ବ୍ରହ୍ମପୁର ଗ୍ରସ୍ତ ଆଗମନର ସ୍ମାରକି ପାଳନ କରାଯାଇଛି । ଇତିହାସ ଅନୁଯାୟୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ସହରକୁ ପ୍ରଥମ ଥର ପାଇଁ ଗୋପବନ୍ଧୁଙ୍କ ସହ ମହାତ୍ମାଗାନ୍ଧୀ ଆସିଥିଲେ । ଏହା ସହ ଗାନ୍ଧୀଙ୍କ ୧୫୦ ତମ ବର୍ଷରେ ସମାଜକୁ ଦୈାଷ ଓ ହିଂସାମୁକ୍ତ ଓ ନିଶାମୁକ୍ତ କରିବା ପାଇଁ ଆହ୍ୱାନ ଦେଇ ବାରାକ୍ସ ମଇଦାନ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୁର୍ତ୍ତ ନିକଟରେ ସକାଳ ୭ ଘଣ୍ଟ ସମୟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆନ୍ଦୋଳନ କରାଯାଇଥିଲା । ଗଣତନ୍ତ୍ର କୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଫୋରମର ଗଞ୍ଜାମ ଆବାହକ ସୁଧୀର କୁମାର ରାଉତ , ସଭ୍ୟ ଇଟି ରାଓ , ଶ୍ୟାମ ସୁନ୍ଦର ଖାଡଙ୍ଗା , ବି,ସ୍ୱରାଜ୍ୟ ସୁବୁଦ୍ଧି , ଜାମୁଲା ସୁରେଶ , ସୁକାନ୍ତ ଗୈାଡ , ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏବଂ ସୁରେଶ ଚନ୍ଦ୍ର ତ୍ରୀପାଠୀ , ଆଦି ସଭ୍ୟ ଯୋଗ ଦେଇଥିଲେ ।


