ଗଞ୍ଜାମ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ -୨୫

ଗଂଜାମ, (ବିନୋଦ ପଲାଇ):ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗଞ୍ଜାମ ରେ ଚଳିତ ଶିକ୍ଷାବର୍ଷ ର ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଗତକାଲି ଠାରୁ ଆରମ୍ଭ ହୋଇ ଆଜି ତା.୧୦.୧୧.୨୪ ଶନିବାର ଦିନ ସମାପ୍ତ ହୋଇଛି। ଉକ୍ତ ଦୁଇ ଦିନ ମଧ୍ୟରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଶିଶୁ ମାନଙ୍କ ର ସ୍ତର ଓ ବର୍ଗ ଅନୁଯାୟୀ ବିଭିନ୍ନ ପ୍ରକାର କ୍ରୀଡା ଆୟୋଜନ କରାଯାଇଥିଲା।କିଶୋର ବର୍ଗ (୯ ଓ ୧୦) ଶ୍ରେଣୀ, ବାଲ୍ ବର୍ଗ( ୬,୭ ଓ ୮)ଶ୍ରେଣୀ, ଶିଶୁ ବର୍ଗ(୪ ଓ ୫) ଶ୍ରେଣୀ ଶିଶୁ ମାନଙ୍କ ୧୦୦ମି., ୨୦୦ମି଼, ୪୦୦ମି଼. ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା (shut put) ଥାଳିଆ ଫିଙ୍ଗା ଆଦି କ୍ରୀଡା ପ୍ରତିଯୋଗିତା ହୋଇଥିବା ବେଳେ ପ୍ରଥମ, ଦ୍ଵିତୀୟ ତୃତୀୟ ଓ ଶିଶୁ ବାଟିକା ଶ୍ରେଣୀ ର ଶିଶୁ ମାନଙ୍କର ବିଭିନ୍ନ ଦୌଡ଼,କାଚ ଗୋଲି ଓ ଚାମୁଚ,ସଙ୍ଗୀତ ଆସନ,ବେଙ୍ଗ ଡିଆଁ ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ମୋଟ ୩୬୨ ଜଣ ଶିଶୁ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ। ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଭାଗୀକରଣ କରି ଖେଳା ଯାଇ ଥିଲା। ବିଦ୍ୟାଳୟ ର ସମସ୍ତ ସେବା ବ୍ରତୀ କ୍ରୀଡା ପରିଚାଳନା କରିଥିବା ବେଳେ ପରିଚାଳନା ସମିତି ର ସଦସ୍ୟ ମାନେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରି ଥିଲେ।ଗତ କାଲି ର ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ଗ୍ରାସିମ୍ ଇଣ୍ଡଷ୍ଟ୍ରି ର ସି ଏସ ଆର ହେଡ୍ ଶ୍ରୀମତୀ ସସ୍ମିତା ବେହେରା ଓ ଜୟଶ୍ରୀ କେମିକାଲ ଓ ଗ୍ରାସିମ୍ ଇଣ୍ଡଷ୍ଟ୍ରୀ ରୁ ଅବସରନେଇ ଥିବା କଷ୍ଟମ ଏଣ୍ଡ ଏକ୍ସାଇଜ ପରିଚାଳକ ଶ୍ରୀ ହରିହର ପାତ୍ର ଅତିଥି ଭାବେ ଯୋଗ ଦେଇ କ୍ରଡା ର ଉପାଦେୟତା ସମ୍ପର୍କରେ ଉଦ୍ ବୋଧନ ଦେଇ ଥିଲେ। ଆସନ୍ତା ଶିଶୁ ଦିବସ ପାଳନ ଅବସର ରେ ବିଜୟୀ ତଥା କୃତୀ ଖେଳାଳୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ