ଗଞ୍ଜାମ ବିଇଓଙ୍କ ଔଦ୍ଦତ୍ୟ ଚରମ ସୀମାରେ

ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ସହର ସ୍ଥିତ ଏକ୍ସବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ଆକ୍ରୋଶ ମୂଳକ ଭାବେ ଚାକିରୀ ରୁ ସସପେଣ୍ଡ କରିବା ନେଇ ତାତିଛନ୍ତି ବିଦ୍ୟାର୍ଥୀ ଓ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି। ପ୍ରତିବାଦ ସ୍ବରୂପ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିଲେ ଧାରଣା। ଯାହାକୁ ନେଇ ପ୍ରକାଶ ପାଇଥିଲା ଉତେଜନା। ଯାହା ଗଞ୍ଜାମ ବିଇଓଙ୍କ ଔଦ୍ଦତ୍ୟ ଚରମସୀମାରେ ପହଞ୍ଚିଥିବା ସ୍ୱଷ୍ଟ ବାରିହେଉଛି। ଗତ କିଛି ଦିନତଳେ ଗଞ୍ଜାମ ବିଇଓ ମନମୁଖୀ କାର୍ଯ୍ୟ ନେଇ ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେଇଥିବା ବେଳେ ଏବେ ପୁଣି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଇଓ ଅଫିସ ଆଗରେ ଧାରଣା ରେ ବସିଛନ୍ତି ବିନା କାରଣରେ ଏକ୍ସ ବୋର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଚାକିରୀରୁ ସସପେଣ୍ଡ କରିଥିବା ହେତୁ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ପୂର୍ବରୁ ନିଜ ବ୍ୟକ୍ତିଗତ ଟ୍ରଷ୍ଟ ନାମରେ ବିଦ୍ୟାଳୟ ଫଣ୍ଡ କୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିନା କାରଣରେ ଦରମା ବନ୍ଦ କରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ନେଇ ପୂର୍ବରୁ ଧାରଣାରେ ବସିଥିଲେ ଶିକ୍ଷକ ଶିକ୍ଷୟତ୍ରୀ ଆସନ୍ତା କାଲି ପିଲା ମାନଙ୍କ ପରୀକ୍ଷା ଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକକୁ ସସପେଣ୍ଡ କରିବାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ଏହାର ପ୍ରତିକାର କରାନଗଲେ ଧାରଣାରୁ ଉଠିବୁ ନାହିଁ ବୋଲି ଜିଦିଧରି ବସିଥିଲେ। ସ୍ଥାନିୟ ସିଆରସିସି ବୁଝାସୁଝା କରିଥିଲେ ମଧ୍ୟ ଶୁଣିନଥିଲେ। ବିଇଓ ନିଜେ ଆସି ଆଲୋଚନା କରନ୍ତୁ ବୋଲି ଜିଦି ଧରିଥିଲେ। ଖବର ପାଇ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ନିର୍ଦ୍ଦେଶରେ ଏସଆଇ ସୁପ୍ରଭା ସାହୁ, ଏବିଇଓ ବିଜୟ ବେହେରା ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ। ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଲିଖିତ ଭାବେ ଏବିଇଓ ବିଜୟ ବେହେରା ଦେବା ପରେ ଧରଣାରୁ ଓହରିବା ସହ ପ୍ରତିଶ୍ରୁତି କାର୍ଯ୍ୟକାରୀ କରାନଗଲେ ସ୍କୁଲରେ ତାଲାପକାଇ ଦେବୁ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି। ଅନ୍ୟପଟେ ଆନ୍ଦୋଳନ ଚାଲୁଥିବା ସମୟରେ ବିଇଓଙ୍କ ସମ୍ପର୍କୀୟ ଜୈନିକ ସିଆରସିସି ଜୟାନନ୍ଦ ବେହେରା ସାମ୍ବାଦିକ ମାନେ ଖବର ସଂଗ୍ରହ ସମୟରେ ବଧାଦେବା ସାମ୍ବାଦିକ ମାନଙ୍କ ଫୋଟ ଉଠାଇବା ପଚାରିବାରୁ ଦୁବ୍ୟବହାର କରିବା ନେଇ କିଛି ସମୟ ଉତେଜନା ଦେଖାଯାଇଥିଲା। ଏନେଇ ସାମ୍ବାଦିକ ମାନେ ଉକ୍ତ ସିଆରସିସିଙ୍କ ବିରୋଧରେ ଲିଖିତ ଭାବେ ଜିଲ୍ଲାଶିକ୍ଷାଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରମାଣ ସହ ଅବଗତ କରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ