ଗଞ୍ଜାମ ବ୍ଲକରେ ଏ-୧ ଗ୍ରେଡ଼ ରଖି ଚାରି ବିଦ୍ୟାର୍ଥୀ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକର ୨୦ଟି ସରକାରୀ ହାଇସ୍କୁଲ ମଧ୍ୟରୁ ଏକ ମାତ୍ର ହାଇସ୍କୁଲ ରୂପେ ଖଣ୍ଡଦେଉଳି ହାଇସ୍କୁଲର ଚାରିଜଣ ବିଦ୍ୟାର୍ଥୀ ଏ୧ଗ୍ରେଡରେ ପାସ ହୋଇ ବିଦ୍ୟାଳୟ ପାଇଁ ସଫଳତା ଓ ଗୌରବ ଆଣିଛନ୍ତି। ଯାହା ସରକାରୀ ସ୍କୁଲର ସ୍କୁଲର ସମ୍ମାନ ରହିଲା ବୋଲି ଚର୍ଚ୍ଚା ଚାଲିଛି।
ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ଖଣ୍ଡଦେଉଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ଼ଃ. ଶଙ୍କର ନାରାୟଣ ବେଜ଼ଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନରେ ବ୍ଲକର ଏକ ମାତ୍ର ହାଇସ୍କୁଲ ଯାହାର ଚାରିଜଣ ବିଦ୍ୟାର୍ଥୀ ରୁଦ୍ର ନାରାୟଣ ସାହୁ (୫୫୩), ଅଙ୍କିତ କୁମାର ଗୌଡ଼(୫୫୨) ଡି. ନନ୍ଦିନୀ ରେଡ୍ଡୀ (୫୪୧), ସୋମେଶ କୁମାର8 ଗୌଡ଼ (୫୪୦) ଏ-୧ ଗ୍ରେଡ ରଖି ସମଗ୍ର ବ୍ଲକରେ ବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି। ଏଭଳି ସଫଳତା ପାଇଁ ଚାରିଜଣ ବିଦ୍ୟାର୍ଥୀ ଓ ହାଇସ୍କୁଲର ପ୍ରଧାନଶିକ୍ଷକ ବେଜ଼ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


