ଗଞ୍ଜାମ ବ୍ଲକରେ ତିନି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକର ତିନି ରୂପାନ୍ତରିତ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଭିଡିଓ କନଫେରନସ ମାଧ୍ୟମରେ ତୃତୀୟ ପର୍ଯ୍ୟାୟରେ ଲୋକାର୍ପଣ ହୋଇଯାଇଛି। ଏହି ବ୍ଳକ ଅନ୍ତର୍ଗତ ପାଲୁରଛକ ସ୍ଥିତ ହୁମ୍ମା ଅନୁସୂଚିତ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ, ଜେଆରଜିପୁର ଗାଣ୍ଡୁ ନାହାକ ବିଦ୍ୟାଳୟ, ଓ ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ହୁମ୍ମା ଅନୁସୂଚିତଜାତି ସରକାରୀ ବିଦ୍ୟାଳୟରେ ଆୟୋଜିତ ଲୋକାର୍ପଣ ରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଜସ୍ମୀନ ପ୍ରଧାନ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସରପଞ୍ଚ ସସ୍ମିତା ବେହେରା, ଭାରପ୍ରାପ୍ତ ଜିପିଓ ଶ୍ରୀକାନ୍ତ ଗୌଡ଼, ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ଉପସ୍ଥିତ ଥିଲେ। ସେହିପରି ଗାଣ୍ଡୁ ନାହାକ ବିଦ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ରମ୍ଭା ଉଚ୍ଚ ବିଦ୍ୟାଳୟରେ ଏନଏସି ଅଧ୍ୟକ୍ଷ ମାନସୀ ସ୍ୱାଇଁ, , କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳ ,ସ୍ଥାନୀୟ ଜନପ୍ରତିନିଧି , ବିଦ୍ୟାର୍ଥୀଉପସ୍ଥିତ ଥିଲେ।ସେହିପରି ବ୍ଲକ ଏଇ ଦିଗାମ୍ବର ପ୍ରଧାନ,ବିପିଏମ  ଜଳନ୍ଦର ମହାରଣା, ବିପିସି ଚନ୍ଦନ କୁମାର ପାଢ଼ୀ, ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ