ଗଞ୍ଜାମ ବ୍ଲକରେ ୭୦୭ ନିର୍ମାଣ ଶ୍ରମିକଙ୍କୁ ଦୁଇକୋଟି ଦୁଇ ଲକ୍ଷ ୬୩ ହଜାର ସହାୟତା ପ୍ରଦାନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ସୁବାସ ଚନ୍ଦ୍ର ବେହେରା ,ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଡିଏଲସି (ବ୍ରହ୍ମପୁର) ବାବୁ ଚରଣ ପାତ୍ର, ଛତ୍ରପୁର ସହକାରି ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୭୦୭ ଜଣ ନିର୍ମାଣ ଶ୍ରମିକଙ୍କୁ ଦୁଇ କୋଟି ଦୁଇ ଲକ୍ଷ ୬୩ ହଜାର ୪୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ ୪୧୦ ଜଣ ହିତାଧିକାରୀଙ୍କୁ ନିଜ ପିଲା ପାଠ ପଢା ବାବଦକୁ ୨୦ ଲକ୍ଷ ୪୩ ହଜାର ୪୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୧୩ ଜଣ ହିତାଧିକାରୀଙ୍କୁ ଝିଅ ବିବାହ ବାବଦକୁ ଏକ କୋଟି ତିନି ଲକ୍ଷ ୭୫ ହଜାର ଟଙ୍କା, ଚାରି ଜଣ ହିତାଧିକାରୀଙ୍କୁ ପ୍ରସୂତି କାଳୀନ ସହାୟତା ବାବଦକୁ ୪୦ ହଜାର ଟଙ୍କା, ୩୯ ଜଣ ହିତାଧିକାରୀଙ୍କ ପରିବାର ବର୍ଗ ଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୭୬ ଲକ୍ଷ ଟଙ୍କା ଓ ୪୧ ଜଣ ହିତାଧିକାରୀଙ୍କ ପରିବାର ବର୍ଗ ଙ୍କୁ ଶବଦାହ ବାବଦକୁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି l ସେହିପରି ଅଣ ସଂଗଠିତ ଦୁଇ ଜଣ ମୃତ ଶ୍ରମିକଙ୍କ ପରିବାର ବର୍ଗ ଙ୍କୁ ଦୁଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ୧୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଛି l ଶେଷରେ ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର ବହୁ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ