ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାର ପିଡ଼ି ଓ ବିଡ଼ିଓ

ଗଞ୍ଜାମ, (ବିନୋଦ ପଲେଇ):ଗଂଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଭଦ୍ରକ ଜିଲ୍ଲା ର ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ,ନିର୍ଦ୍ଦେଶକ ଇନ୍ଦ୍ରମଣି ଦଳେଇଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ , ସହକାରୀ ଯନ୍ତ୍ରୀମାନେ ବୁଲି ଦେଖିଛନ୍ତି । ଗଞ୍ଜାମ ବିଡ଼ିଓ ବିଶ୍ଵଜିତ ରାୟଙ୍କ ସଂଯୋଜନାରେ ପ୍ରଥମେ ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ପହଞ୍ଚିବାପରେ ଗ୍ରାମବାସୀଙ୍କ ତରଫରୁ ଟିମକୁ ପାଛୋଡ଼ି ନିଆଯାଇଥିଲା। ପରେ ଗ୍ରାମର ନିର୍ମାଣ କରାଯାଇଥିବା ୫୦ ରୁ ଉର୍ଦ୍ଧ୍ବ ଆଦର୍ଶ ଗାଈଗୁହାଳ,ବୁଲି ଦେଖିବା ସହ ଗାଈ ଗୋବର,ଓ ଗାଈ ମୂତ୍ରରୁ କିପରି ରୋଗ ପୋକ ନିୟନ୍ତ୍ରଣ କରିବା ସହ କମ୍ପାଷ୍ଟଖତ, ଦ୍ୱାରା, ବିନା ସାର ଓ ଟିଟାନାଶ ଔଷଧ ବିନା ଏହା କିପରି ବ୍ୟବହାର ହେଉଛି ବୁଝାଇଥିଲେ । ଏହାପରେ ଶତ୍ରୁସୋଲ ବି ଠାରେ ଗଞ୍ଜାମ ବ୍ଲକ ଜୀବିକା ମିଶନ ତରଫରୁ ୩୫ରୁ ଉର୍ଦ୍ଧ୍ବ ଆଦର୍ଶ କୁକୁଡ଼ା ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଦେଶୀ କୁକୁଡ଼ା ପ୍ରଦାନ କରିବା ସହ ହିତାଧିକାରୀ କିପରି ଲାଭବାନ ହୋଇପାରୁଛନ୍ତି ତାହା ପଚାରି ବୁଝିଥିଲେ। ଶେଷରେ ଶତ୍ରୁସୋଲ ସ୍ଥିତ ଅଦର୍ଶ ବିଦ୍ୟାଳୟ ରେ ଚାଲିଥିବା ରୁପାନ୍ତରିଣ କରଣ କାର୍ଯ୍ୟକ୍ରମ ବୁଲିଦେଖିଥିଲେ। ଏହି ଉନ୍ନୟନ କାର୍ଯ୍ୟଦେଖି ଖୁସିବ୍ୟକ୍ତ କରିଥିଲେ ଅଧିକାରୀ ମାନେ।ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସୁବଳୟା ସମିତି ସଭ୍ୟ ସୁରଥ ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଗଞ୍ଜାମ ବ୍ଲକ ଓଏଲଏମ୍- ବିପିଏମ ଜଳନ୍ଧର ମହାରଣା, ସରପଞ୍ଚ ପ୍ରତିନିଧି କେଦାର ସ୍ବାଇଁ, ଅମୁଲ୍ୟ ଦଳେଇ, ସେମିତି ସଭ୍ୟ ଶତୃଘନ ଗୌଡ଼, ସରପଞ୍ଚ ସନ୍ତୋଷ କୁମାର ସେଠୀ, ଶତ୍ରୁସୋଲ ଗ୍ରାମ୍ୟ କମିଟି ସଭାପତି ଆତ୍ର ଚରଣ ପଲେଇ, ବିକ୍ରମ ପଲେଇ, କାଶୀନାଥ ଦାସ,ଶଙ୍କର ଦାସ, ଡମ୍ବୁରୁ ଦାସ,, କନିଷ୍ଟଯନ୍ତ୍ରି ସ୍ୱାଗତିକା ମହାପାତ୍ର, ପ୍ରଦୀପ ମଲ୍ଲିକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହାପରେ ଉକ୍ତ ଟିମ ପାଳିବନ୍ଦ ପଞ୍ଚାୟତର ବଟେଶ୍ୱର ପୀଠ ଠାରେ ନିର୍ମାଣ ହୋଇଥିବା ଗ୍ରାମ୍ୟ ପାର୍କ, ଓ ଆଦର୍ଶ ପୋଖରୀ ଦେଖିବା ସହ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ବୁଲି ଦେଖିଥିଲେ। ।ଏହାପରେ ହୁମ୍ମା ଗ୍ରାମ ପଞ୍ଚାୟତର ନବନିର୍ମାଣ କୋଠା , ମିଶନ ଶକ୍ତି ଭବନ,ପଠାଗାର, ବୁଲି ଦେଖିବା ପରେ , ବୋରି ଗାଁ ସ୍ଥିତ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ହାଇବ୍ରେଡି ମାଛ ଚାଷ ବୁଲି ଦେଖି ଅନୁଧ୍ୟାନ କରିଥିଲେ । ଏହା ସହ ମଲାଡ଼ ପଞ୍ଚାୟତ ର ପଣିବନ୍ଧ ଠାରେ ବର୍ଯ୍ୟ ବସ୍ତୁ ପରିଚାଳନା କେନ୍ଦ୍ର , ମିଶନ ଶକ୍ତି ଭବନ, ବ୍ୟାୟାମ କେନ୍ଦ୍ର,ବୁଲି ଦେଖିଥିଲେ । ଗଂଜାମ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଯାହା ଶୁଣିଥିଲେ, ତାହା ଦେଖି ପ୍ରଶଂସା କରିଥିଲେ ଅଧିକାରୀ ମାନେ । ଏହି କାର୍ଯ୍ୟକ୍ରମରେ ପାଳିବନ୍ଦ ପଞ୍ଚାୟତ ର ସରପଞ୍ଚ ଦିଲ୍ଲୀପ ଛୋଟରାୟ , ହୁମ୍ମା ପଞ୍ଚାୟତ ର ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ମଲାଡ଼ ପଞ୍ଚାୟତ ର ସରପଞ୍ଚ ପ୍ରଭାତ ସେଠି,ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ