ଗଞ୍ଜାମ ବ୍ଲକ ର ବିଭିନ୍ନ ରାଜ୍ୟରେ ପସିଛନ୍ତି ଶତାଧିକ ଶ୍ରମିକ

ଗଞ୍ଜାମ:କରୋନ ସଂକ୍ରମନ ରୋଗ କୁ ପ୍ରତିହିତ କରିବା ପାଇଁ ସରକାର ଙ୍କ ତରଫରୁ ଲକଡାଉନ କରିବା ପରିପ୍ରେକ୍ଷୀରେ ଗଂଜାମ ଏନଏସି ସମେତ ବ୍ଳକ ଅଞ୍ଚଳ ର ବିଭିନ୍ନ ରାଜ୍ୟରେ ଫସିଛନ୍ତି ଶତାଧିକ ଶ୍ରମିକ । ଖାଇବା କୁ ନ ପାଇ ଦିନ କାଟୁଥିବା ବେଳେ ନିଜ ଗ୍ରାମକୁ ଫେରିବା ପାଇଁ ସରକାର ଙ୍କ ସହଯୋଗ ଲୋଡିଛନ୍ତି । ଅନ୍ୟ ପଟେ ତୀର୍ଥ କରିବାକୁ ଯାଇ ଉତ୍ତର ପ୍ରଦେଶର ସିତପୁର ଜିଲ୍ଲା ର ନଈମେସ୍ୟା ଅରଣ୍ୟ ଆଶ୍ରମ ରେ ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ବାର ଜଣଙ୍କ ସମେତ ଛତ୍ରପୁର ବ୍ଳକ ର ଦୁଇଜଣ ଙ୍କ ସମେତ 50ଜଣ ଫସିରହିଥିବା ବେଳେ ସେଠାକାର ଉପଜିଲ୍ଲାପାଳ ଯାଇ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି । ସେମାନେ ବସ ରେ ଆଜି ରାତ୍ରି ଆସିବା ପାଇଁ ଠିକ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିବା ରୁ ସେମାନେ ଲକଡାଉନ ସରିଲେ ଆସିବା ଏକପ୍ରକାର ନିଶ୍ଚୟ ହୋଇଯାଇଛି ।ସେହିପରି ଗଂଜାମ ସହର ର 20 ରୁ ଉର୍ଦ୍ଧ୍ବ ଶ୍ରମିକ ମହାରାଷ୍ଟ୍ର ର ଥାନେ ଜିଲ୍ଲା ର Bhiwandi Mankoli ର”Polyphemfabricatorh” କମ୍ପାନୀ ରେ ଠିକ ଶ୍ରମିକ ଭବେକାର୍ଯ୍ୟ କରୁଥିବ ବେକେ କମ୍ପାନୀ ବନ୍ଦ ହୋଇଯାଇଥିବା ରୁ ସେମାନେ ସେଠାରେ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ସେମାନେ ଓ ସେମାନଙ୍କ ପରିବାର ସରକାର ଓ ଜିଲ୍ଲା ପ୍ରଶାସନ କୁ ପେରାଇଆଣିବା ପାଇଁ ଅନୁରୋଧ କରିଛନ୍ତି ।ସେହିପରି ଗଂଜାମ ବ୍ଳକ ର ବାହାଲ ପୁର, ବାଦପଲ୍ଲୀ, ତାରିଣୀ ପଲ୍ଲୀ, ପୋଡାଗଡ଼, ଝାଟିପଦର, ପୋଇରାଶି, ବିଭିନ୍ନ ଗ୍ରାମର ଲୋକମାନେ ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର, ର ବିଭିନ୍ନ କମ୍ପାନୀ ରେ ଠିକ ଶ୍ରମିକ ଭବେ କାମ କରୁଥିବା ବେଳେ ଏବେ କମ୍ପାନୀ ବନ୍ଦ ଥିବା ରୁ ଖାଇବାକୁ ନ ପାଇ ହୀନସ୍ତା ହେଉଥିବା ତାଙ୍କୁ ସେଠାରୁ ଉଦ୍ଧାର କରିବା ସେମାନେ ସୋସିଆଲ ମିଡିଆ ରେ ଅନୁରୋଧ କରିଛନ୍ତି । ଏଦିଗରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ