ଗଞ୍ଜାମ ବ୍ଲକ ସ୍ତ୍ରରୀୟ ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ

ଗଂଜାମ, (ବିନୋଦ ପଲେଇ):ଗଂଜାମ ସହର ଠାରେ ବ୍ଲକ ସ୍ତରୀୟ ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବ୍ଲକ ଅଧକ୍ଷ ତଥା ଜିଲ୍ଲାବିଜେଡି ଉପସଭାପତି ସୁରଥ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ଦେଖାଦେଇଥିବା ଶୂନ୍ୟତା ଅନୁଭବ ଜନସାଧାରଣ କରୁଥିବା ବେଳେ ତାଙ୍କର ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହୋଇ ଆଜିର ଦିନରେ ୨୫ ବର୍ଷ ପୁର୍ତ୍ତ ହୋଇଚି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିଛନ୍ତି। ପ୍ରଥମେ ମମତା ଯୋଜନା ଠାରୁ ଆରମ୍ଭ କରି କାଳିଆ, ବିଜୁ ସ୍ମାର୍ଟ କାର୍ଡ, ଓ ୫ଟି ରୁପାନ୍ତିକରଣରେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ନିର୍ମାଣ, ବାତ୍ୟା, ବନ୍ୟା ଓ କୋଭିଡ଼ି ପରିଚାଳନା ଦେଶରେ ଉଦାହରଣ ସୃଷ୍ଟି କରିଥିଲେ ।।ସେହିପରି ଦଳ ଏବେ ରାଜନୈତିକ ଦଳ ନ ହୋଇ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ମୋପରିବାର କାର୍ଯ୍ୟକ୍ରମ ଆୟୋଜନ କରି ଏକ ସାମାଜିକ ସଂଗଠନରେ ପରିଣତ ହୋଇପାରିଛି। ଆଗାମୀ ପଞ୍ଚାୟତ ଓ ଏନ ଏସି ନିର୍ବାଚନରେ ଦଳୀୟ ପାର୍ଥିଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରିବାକୁ ଆବାହନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଆଦିକାନ୍ଧ ସେଠୀ, ପୂର୍ବତନ ଅଧକ୍ଷ ଉର୍ମିଳା ପଲେଇ, ସରପଞ୍ଚ ଡି.ନିରଞ୍ଜନ ରେଡ୍ଡୀ, ପ୍ରଭାତ ସେଠୀ, ସନ୍ତୋଷରେଡି, ଚନ୍ଦ୍ରମୋହନ ସାହୁ, ବନିତାଦଳେଇ, ସମିତିସଭ୍ୟ ଶତ୍ରୁଘନ ଗୌଡ଼, ଛାୟାକାନ୍ତ ପ୍ରଧାନ,କୈଳାସ ସ୍ବାଇଁ, ଜିଲ୍ଲାପରିଷଦ ସଭ୍ୟ ଜେ. ସନ୍ତୋସି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ,ଯୁବନେତା କୃଷ୍ଣଚନ୍ଦ୍ର ପ୍ରଧାନ, ବରିଷ୍ଠନେତା ବନାମ୍ବରପଲେଇ, ପୂର୍ଵତନ ସରପଞ୍ଚ କେଦାର ସ୍ବାଇଁ, ପୂର୍ବତନ ସାଂସଦ ପ୍ରତିନିଧି ଗୋୖରିଶଙ୍କର ବାରିକ, ଗଞ୍ଜମ ନଗର ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାକେଶ ଦାଶ, ବ୍ଲକ ଯୁବସଭାପତି ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲା ଉପସଭାପତି ଶିଵସ୍ୱାଇଁ, ଜିଲ୍ଲାଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ପୁର୍ବତନ ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ପୂର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ , ପୁର୍ବତନ କାଉନସିଲର ଦଣ୍ଡପାଣି ପରିଡା, ମନୋଜ ତରାଇ, , ,,ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଟୁକୁନା ଦଳେଇ,ସନାତନ ବେହେରା, ରଙ୍କ ପ୍ରଧାନ, ରଞ୍ଜିତ ପଲେଇ, ନଗର ସଭାପତି ରାଜୁରେଡି, ପୂର୍ବତନ ଉପାଧ୍ୟକ୍ଷ ଭାଗ୍ୟରେଡି, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ, ଉମାଜେନା ପ୍ରମୁଖଙ୍କ ସମେତ ଯୁବ, ଛାତ୍ର, ମହିଳା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ