ଗଞ୍ଜାମ ବ୍ଳକରେ ବୁଲିଲା ସୁଭଦ୍ରା ରଥ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକରେ ସୁଭଦ୍ରା ଯୋଜନାର ପ୍ରଚାର, ପ୍ରସାର ଓ ଲୋକଙ୍କୁ ସଚେତନତା କରିବା ଉଦେଶ୍ୟରେ ଆଜି ସୁଭଦ୍ରା ରଥ ପରିକ୍ରମା ଆରମ୍ଭ କରିଛି lରାଜ୍ୟ ସରକାର ମହିଳା ମାନଙ୍କୁ ଏକ ଅଭିନଵ ଉପାୟରର ସ୍ୱଭାଲମ୍ବୀ ଓ ଆତ୍ମନିର୍ଭରଶିଳ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ବ କରିଛନ୍ତି l ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ସୁଭଦ୍ରା ଏଟିଏମ ତଥା ଡେବିଟି କାର୍ଡ ପ୍ରଦାନ କରାଯିବ l ସେମାନଙ୍କୁ ପ୍ରତିବର୍ଷ ଦଶ ହଜାର ଟଙ୍କା ଦୁଇକିସ୍ତିରେ ପ୍ରଦାନ କରାଯିବ l ପ୍ରଥମ କିସ୍ତି ରକ୍ଷାବନରେ ପାଞ୍ଚହଜାର ଟଙ୍କା ଓ ଦ୍ୱିତୀୟ କିସ୍ତି ଅନ୍ତଃଜାତୀୟ ମହିଳା ଦିବସରେ ପାଞ୍ଚହଜାର ଟଙ୍କା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମାକରାଯିବ l ଏହି ଯୋଜନାରେ ପଞ୍ଜିକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ନଥିବା ବେଳେ, ସମସ୍ତ ଯୋଗ୍ୟ ହିତାଧିକାରୀ ପାଇପାରିବେ lସାରା ରାଜ୍ୟରେ ସୁଭଦ୍ରା ରଥ ବୁଲୁଥିବା ବେଳେ ଆଜି ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସରରୁ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ପତକା ଦେଖାଇ ଏହାର ଉଦଘାଟନ କରିଥିଲେ l ଗଞ୍ଜାମ ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ,ଅପୂର୍ଣ୍ଣାଡାଙ୍ଗୁଆ ସିଡିପିଓ ସଲୀଳା ପ୍ରଧାନ, ଜ଼ିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବିଧାୟକ ପ୍ରତିନିଧି ମାନଶ ରଞ୍ଜନ ନାହାକ , ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ l ଓଏଲଏମ ବିପିଏମ -ଜଳନ୍ଧର ମହାରଣା ଓ ମିଶନଶକ୍ତି ବିପିସି ଚନ୍ଦନ କୁମାର ପାଢ଼ୀ ମିଳିତ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମବିକେ, ସିଆରପିଏସ, କୃଷିମିତ୍ର, ଅଙ୍ଗନବାଡି, ବିଏଲଏଫ ଓ ଜିପିଏଲଫି ଲିଡର ଯୋଗଦେଇଥିଲେ l ଏହି ଅବସରରେ ସୁଭଦ୍ରା ରଥ ଗଞ୍ଜାମ ସହର ପରିକ୍ରମା କରିଥିଲେ l


