ଗଞ୍ଜାମ ବ୍ଳକରେ ଶିକ୍ଷା ସଂଯୋଗ ଅନଲାଇନ ପାଠ୍ୟକ୍ରମର ଶୁଭାରମ୍ଭ
ଗଞ୍ଜାମ, (ୱାଇଏନ୍ଏସ୍): ଗଞ୍ଜାମ ବ୍ଳକ ଅନ୍ତର୍ଗତ ହୁମ୍ମା ଏକ୍ସ ବୋଡ଼ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ହୁମ୍ମା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଂଯୋଗ ଅନଲାଇନ ପାଠ୍ୟକ୍ରମ ଶୁଭାରମ୍ଭ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଗଞ୍ଜାମ ବ୍ଳକ ଶିକ୍ଷା ସଂଯୋଗ ଉପଦେଷ୍ଟା ତଥା ବିଇଓ ସୁବାସ ଚନ୍ଦ୍ର ଘଡେଇଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଏହିକାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟର୍ଥୀ ମାନେ ଘରେ ରହି ପାଠପଢିବା ର ସୁଯୋଗ ପାଇପାରିବେ ବୋଲି କହିଥିଲେ । ସଂମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ଏବିଇଓ ବିଜୟ କୁମାର ବେହେରା, ହୁମ୍ମା ବିରଭଦ୍ର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁନୀଲ କୁମାର ବେହେରା, ବୋରିଗ୍ରାମ ୟୁ .ପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ହୁମ୍ମା କ୍ଲଷ୍ଟର ସିଆରସିସି ଦାମୋଦର ପଣ୍ଡା ପ୍ରାରମ୍ଭ ରେ ଶିକ୍ଷା ସଂଯୋଗ କଣ ,ଏହାର ନିୟମ, ପ୍ରଧାନ ଶିକ୍ଷକ , ଶିକ୍ଷକ ମାନଙ୍କ ଦାୟିତ୍ୱ ଉପରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀ ମାନଙ୍କୁ ନେଇ ୱାଟସପ ମାଧ୍ୟମରେ ଗୃପ ଗଠନ କରାଯାଇ ଶିକ୍ଷାଦାନ କରାଯିବ ବୋଲି କହିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସହଯୋଗ କରିଥିଲେ ସିଆରସିସି ନିରଞ୍ଜନ ମୁଦୁଲି, ରବୀନ୍ଦ୍ର କୁମାର ସେଠୀ, ଦେବହରି ବେହେରା ଅଭିରାମ ନହାକ ।
ପୂର୍ବତନ ସିଆରସିସି ନିରଞ୍ଜନ ମହାପାତ୍ର, ଆତ୍ରତରଣ ପଲାଇ, ଲକ୍ଷଣ ନହାକ ଙ୍କ ସମେତ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।


