ଗଞ୍ଜାମ ବ୍ଳକ ରେ ଚାଷୀଙ୍କ ଦୁର୍ଦଶା ସରୁନି
ଗଞ୍ଜମ,(ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣ ପାଇଁ ସାରାଦେଶରେ ଲକଡାଉନ ଜାରୀରହିଥିବା ବେଳେ ଏହାର ପ୍ରଭାବ ଚାଷ ଓ ଚାଷୀଙ୍କ ଉପରେ ପଡିଥିବା ଗଞ୍ଜାମ ବ୍ଳକ ରେ ଦେଖାଯାଇଛି । ଗଞ୍ଜାମ ବ୍ଳକ ଗଂଜାମ ଓ ରମ୍ଭା ଏନଏସି ରେ ବାରହଜାର ଛଅଶହ ହେକ୍ଟର ଜମିଥିବା ବେଳେ , ସେଥି ମଧ୍ୟରୁ ପାଞ୍ଚଟି ପଞ୍ଚାୟତ ସାନରାମ ଚନ୍ଦ୍ର ପୁର, ରାମଗଡ଼, ଝାରେଡିରାଧାଗୋବିନ୍ଦ ପୁର, ମଲାଡ଼, ପୋଇରାଶି, ପଞ୍ଚାୟତ ର ତିନି ହଜାର ହେକ୍ଟର ଜମିରେ ରେ ବର୍ଷ ସାରା ବାଇଗଣ, ଟମାଟ , ଭେଣ୍ଡି, କୋବି, ଲଙ୍କାମରିଚ, ପନିପରିବା ବାରମାସି ଉତ୍ପାଦନ ହୋଇଥାଏ । ଉତ୍ପାଦନ ପନିପରିବା ଗୁଡିକ ଜିଲ୍ଲା ଓ ରାଜ୍ୟ ବାହାରକୁ ରପ୍ତାନୀ ହୋଇଥାଏ । ବର୍ତ୍ତମାନ କରୋନା ଯୋଗୁଁ ଲକଡାଉନ ଜାରି ହୋଇଥିବା ବେଳେ ପରିବହନ ଓ ଗମନାଗମନ ଠପ ହୋଇଯାଇଥିବା ବେଳେ ରପ୍ତାନୀ ବନ୍ଦ ରହିଛି । ଫଳରେ ପନିପରିବା ଠିକ ସମୟରେ ଆଦାୟ ହୋଇଥିଲେ ବି ବାହାରକୁ ରପ୍ତାନୀ ହୋଇନପାରି ନିଜ ଅଞ୍ଚଳ ରେ ବିକ୍ରି କରିବାକୁ ବାଧ୍ୟ ହେଲେ । ବର୍ତ୍ତମାନ ସୁଦ୍ଧା ଚାଷୀ ମାନଙ୍କ ର ଉତ୍ପାଦନ ଯଥେଷ୍ଟ ହୋଇଥିବାରୁ ସେହି ପନିପରିବା କୁ କିଲୋ ପିଛା ପାଞ୍ଚ ଟଙ୍କାରୁ ଦଶ ଟଙ୍କା ମଧ୍ୟରେ ବିକ୍ରୀ କରୁଛନ୍ତି । ପନିପରିବା ଗୁଡିକ ର ଉତ୍ପାଦନ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମାର୍କେଟ ରେ ବିକ୍ରି ଦର ହ୍ରାସ ପାଉଥିବାରୁ ଚାଷୀ ମାନେ ନିଜ ନିଜ ଜମିରୁ ଅମଳ କରିବାକୁ ଇଚ୍ଛା ପ୍ରକାଶ ନ କରି ହାତ ଟେକି ଦେଇଛନ୍ତି । ଯାହା ଫଳରେ ପ୍ରାୟ ଜମିରେ ବୁଲା ଗାଈଗୋରୁ ପଶି ପନିପରିବା ଖାଉଥିବା ଦେଖାଯାଇଛି । ସେମାନେ କହିବା ଅନୁଯାୟୀ ବିକ୍ରୀ କଲେ ଯାହା ଲାଭ ମିଳିଥାନ୍ତ , ପନିପରିବା ରେ ମୂଲ ମଜୁରୀ ରେ ତାହା ଯଥେଷ୍ଟ କ୍ଷତି ସହିବାକୁ ମିଳୁଛି । ସେମାନେ ଏକର ପିଛା କୋଡିଏ ରୁ ପଚିସି ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି, ସେ ଅନୁପାତରେ ଉତ୍ପାଦନ ବି ଭଲ ହୋଇଥିଲା । ମାତ୍ର ଲକଡାଉନ ଯୋଗୁ ବିକ୍ରି ହୋଇପାରିନି ଫଳରେ ସେମାନେ ଏକର ପିଛା ପ୍ରାୟ ସତୁରି ହଜାର ଟଙ୍କା କ୍ଷତି ସହିଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀ ମାନଙ୍କୁ କ୍ଷତି ପୁରଣ ଦେବାକୁ ବିଭିନ ମହଲରେ ଦାବି ହେଉଛି