ଗଞ୍ଜାମ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଦୁଇଦିନିଆ ଜାତୀୟ ସ୍ତରିୟ ପାଠଚକ୍ର ଓ କର୍ମଶାଳା

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ମହାବିଦ୍ୟାଳୟ ଅଡ଼ିଟୋରିୟମ ହଲଠାରେ ଇଂରେଜ ବିଭାଗର ଦୁଇ ଦିନିଆ ଜାତୀୟ ସ୍ତରିୟ ପାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦଘାଟନ କରିବା ସହ ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ପରିବେଶ ସନ୍ତୁଳନ ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁ ଚରଣ ଦାଶ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂଲିଶ ବିଭାଗୀୟ ମୁଖ୍ୟ ପ୍ରଫେସର ଶ୍ରୁତି ଦାଶ ଯୋଗଦେଇଥିଲେ।ଏହି ଅବସରରେ ପରିବେଶବାଦ ଆଲୋଚନା ଓ ପରିବେଶ ମୂଲ୍ୟବୋଧ ଶୀର୍ଷକ ଆଲୋଚନା ହୋଇଥିଲା lସେହିପରି ଉଦଯାପନୀ ଦିବସରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ବଢୁଥିବା ପ୍ରଦୂଷଣ ଓ ପରିବେଶ ସୁରକ୍ଷା ନେଇ ଚିନ୍ତାପ୍ରକଟ କରିବା ସହ ଏହା ରୋକାନଗଲେ ଭବିଷ୍ୟତ ପିଢ଼ିପାଇଁ ସତର୍କ ଘଣ୍ଟି ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଇ.ରାଜାରାଓ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର କାଳୀକୀଙ୍କର ପଟ୍ଟନାୟକ, ଯୋଗଦେଇଥିଲେ। ଦୁଇଦିନିଆ କର୍ମଶାଳାରେ ସଭାପତିତ୍ବ କରିଥିଲେ ଗଂଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ। ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚନ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ କର୍ମଶାଳା ସଂଯୋଜକ ଡ଼. ସ୍ମରଣିକା ହୋତା, ଅଧ୍ୟାପକ ଡ଼. ଦୁର୍ଗା ପ୍ରସାଦ ଦାସ, ଓ ଅରୁଣନ୍ଧତି ସିଂ, ମମତା ପାଢ଼ୀ।ଏହାକୁ ପରିଚାଳନା କରିଥିଲେ ପ୍ରଧ୍ୟାପକ ଅମର ପ୍ରସାଦ ବିଶୋଇ, ଗିରିଷ କୁମାର ଆଚାର୍ଯ୍ୟ, ଅଧ୍ୟାପିକ ନରୋତ୍ତମଃ ମାନା, ପୁରୁଷୋତ୍ତମ ସାହୁ, ସ୍ୱାଗତିକା ପ୍ରଧାନ,ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଓ ସହଯୋଗ କରିଥିଲେ ଅଜୟ କୁମାର ବାରିକି, ରଘୁନାଥ ରେଡ଼ି ପ୍ରମୁଖ । ଏହି କର୍ମଶାଳାରେ ୪୦ଟି ଗବେଷଣାତ୍ମକ ସନ୍ଧର୍ଭ ଉପସ୍ଥାପନ ହୋଇଥିଲା। ରାଜ୍ୟବାହାରୁ ୧୨ଟି ମହାବିଦ୍ୟାଳୟ ଓ ରାଜ୍ୟର ଶତାଧିକ ମହାବିଦ୍ୟାଳୟର ପ୍ରତିନିଧିମାନେ ଭାଗନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ