ଗଞ୍ଜାମ ମହାବିଦ୍ୟାଳୟରେ ” ଏକବିଂଶ ଶତାଦ୍ଦୀରେ ଗାନ୍ଧୀ ” ଆଲୋଚନା ଚକ୍ର

ଗଂଜାମ, (ବିନୋଦ ପଲେଇ):ଗଂଜାମ ସହର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର ଅଡିଟରିୟମ ହଲ ଠାରେ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ବାର୍ଷିକୀ ଉପଲକ୍ଷେ “ଏକବିଂଶ ଶତାବ୍ଦୀରେ ଗାନ୍ଧୀ” : ଏକ ନୈତିକ କଥା ଆଲୋଚନା ଚକ୍ର ରାଜନୈତିକବିଜ୍ଞାନ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ବିଭାଗର ମୁଖ୍ୟ ଅମର ପ୍ରସାଦ ବିଶୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ପ୍ରବୀଣ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରରେ ଭାରତର “ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣଙ୍କ ପ୍ରେସ୍ ସଚିବ, ରାଜ୍ୟ ସଭାର ଯୁଗ୍ମ ସଚିବ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପିଏମ୍ ଅଫିସର ନିର୍ଦ୍ଦେଶ ସତ୍ୟନାରାୟଣ ସାହୁ ” ଯୋଗଦେଇ ଗାନ୍ଧୀଙ୍କ ବ୍ୟକ୍ତିତ୍ଵ, କୃତିତ୍ୱ ଓ ଜୀବନୀ ଉପରେ ଆଲୋକପାତ କରିବା ଅବସରରେ ଗାନ୍ଧୀଙ୍କ ଦୂରଦୃଷ୍ଟି କିପରି ବିଂଶ ଶତାବ୍ଦୀ ପାଇଁ ଉପଯୋଗୀ ଥିଲା ଆଲୋଚନା ପ୍ରସଙ୍ଗରେ ରଖିଥିଲେ। ବିଶେଷ କରି ଜଳ ବାୟୁ ଓ ମୂର୍ତ୍ତିକାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆଇନର ଆବଶ୍ୟକତା ଉପରେ ସେତେବେଳେ ଗାନ୍ଧୀଜି ଉପଲବ୍ଧ କରିଥିଲେ। ଯାହାକୁ କରିଦେଖାଇଥିଲେ ଗଞ୍ଜାମ ଅଞ୍ଚଳବାସୀ। ୧୯୭୬ ମସିହାରେ ଗଞ୍ଜାମ ସ୍ଥିତ” ଜୟଶ୍ରୀ କେମିକାଲ ” ଦ୍ୱାରା ହେଉଥିବା ଜଳ, ବାୟୁ ଓ ମୂର୍ତ୍ତିକା ପ୍ରଦୂଷଣ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ ଅଞ୍ଚଳବାସୀ। ଯାହାକୁ ଗୁରୁତ୍ୱ ଦେଇ ୧୯୭୬ ମସିହାରେ ରାଜ୍ୟସଭା ପିଟିସନ କମିଟିର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ସଂସଦୀୟ କମିଟି କରି ୧୯୭୭ ମସିହା ଡିସେମ୍ବରରେ ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ବିସ୍ତୃତ ରିପୋଟ ପ୍ରଦାନ କରିଥିଲେ। ଏହି ରିପୋଟ ୧୯୭୭ ମସିହାର ଜୁଲାଇ ୨୫ ତାରିଖରେ ରାଜ୍ୟ ସଭାରେ ପେଶ ହୋଇଥିଲା । ଏହା ଭାରତରେ ପ୍ରଥମ୍ବ ହେବା ସହ ପରବର୍ତ୍ତୀ ସମୟରେ ଏହାକୁ ରୋକିବା ପାଇଁ ଏକ ଆଇନ ପ୍ରଣୟନ ହୋଇଥିଲା ସାରାଦେଶରେ । ଯାହା ଗାନ୍ଧୀଙ୍କ ଏକ ସ୍ୱପ୍ନ ସାକାର ହୋଇଥିଲା ଗଂଜାମ ବାସୀଙ୍କ ପାଇଁ କହିଲେ ଭୁଲ ହେବ ନାହିଁ। ସ୍ଵରାଜ୍ୟ ଶବ୍ଦର ମହତ୍ତ୍ୱ ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ ପୂର୍ବକ ସମାଜରେ ନାରୀମାନଙ୍କୁ ସୁରକ୍ଷା ତଥା ସମ୍ମାନ ପ୍ରଦର୍ଶନ କରିବା କଥା ବିଂଶ ଶତାବ୍ଦୀରେ ନାରୀଟି ଅସୁରକ୍ଷିତ ମଣିବାର ବହୁ ପୁର୍ବରୁ ଗାନ୍ଧିଜୀ ନାରୀଙ୍କୁ ସୁରକ୍ଷା ଓ ସମ୍ମାନ ଦେବା କଥା ବ୍ୟକ୍ତ କରିଥିଲେ। ଏତଦ୍ ବ୍ୟତୀତ ଗାନ୍ଧୀ ୧୯୨୫ ମସିହାରେ ଗୁଜୁରାଟର ପାଣି ଅଭାବ ଦୂର କରିବା ପାଇଁ ଗୋଟିଏ ପ୍ରବନ୍ଧ ପ୍ରକାଶ କରିଥଲେ ଯାହାର ଶୀର୍ଷକ ଥିଲା”A culture of tree plantation” ଓ ଦିଲ୍ଲୀ ପ୍ରାର୍ଥନା ସଭାରେ ଖାଦ୍ୟଶସ୍ୟ ଜନିତ ସମସ୍ୟାର ସମାଧାନ ନିମନ୍ତେ ୧୯୪୭ ମସିହାରେ “Rain water harvesting” ବିଷୟରେ ଅଭିଭାଷଣ ରଖିଥିଲେ। ୧୯୨୫ ମସିହାରେ ଗାନ୍ଧୀ ଭୋଟର ପରିଚିତ ପତ୍ର ଗଣତନ୍ତ୍ର ପାଇଁ ନିତାନ୍ତ ଆବଶ୍ୟକ ବୋଲି ଏକ ଆର୍ଟକଲ ରେ ଉଲ୍ଲେଖ କରିଥିବା ବେଳେ ସ୍ୱାଧୀନତା ର ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ କମିଶନ ରୂପେ ଟି.ଏନ.ଶେଷନ ଦାଇତ୍ୱ ନେବା ପରେ ଭୋଟପରିଚୟ ପତ୍ର ଲାଗୁକରିଥିଲେ। ସେହିପରି ୧୯୩୭ ମସିହାରେ ଭୋଟଦେବା ଅଧିକାର ବୟସ ସୀମା ୧୮ ବର୍ଷ ହେବା ଆବଶ୍ୟକ ବୋଲି ଆର୍ଟିକଲରେ ଉଲ୍ଲେଖ କରିଥିବା ବେଳେ ପରବର୍ତ୍ତୀ ସମୟରେତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭୋଟଦେବା ଅଧିକାର ୨୧ ବର୍ଷ ରୁ କମ କରି ୧୮ ବର୍ଷ କରିଥିଲେ। ଏହି ଅବସରରେ ଛାତ୍ର, ଛାତ୍ରୀ ମାନେ ଗାନ୍ଧୀଙ୍କ ଉପରେ ବକ୍ତାଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରାଜନୈତିକ ବିଜ୍ଞାନ ବିଭାଗ ଅଧାପକ ଗିରିଷ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ଟହଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ଅଧ୍ୟାପକ ଡ଼ଃ. ଦୁର୍ଗା ପ୍ରସାଦ ଦାସ , ଡ଼ଃ. ପୁରୁଷୋତ୍ତମ ସାହୁ, ଡ଼ଃ. ସୁଶାନ୍ତ ସେଠୀ, ମମତା ପାଢ଼ୀ , ବାଇରୀଦେବୀ ସହଯୋଗ କରିଥିଲେ। ଏହି ଆଲୋଚନା ଚକ୍ରରରେ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ, ବିଦ୍ୟାର୍ଥି, ଗଣମାଧ୍ୟମ ପ୍ରତିନିଧି, ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ