ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଗଞ୍ଜାମ, (ବିନୋଦ ପଲାଇ):ଆଜି ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ବିଜ୍ଞାନ ସମାଜ ଆନୁକୂଲ୍ୟରେ ଜାତୀୟ ବିଜ୍ଞାନ ଦିବସ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଫେସର୍ ସିମାଞ୍ଚଳ ଭୋଳଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ସମ୍ମାନିତ ଅତିଥି ଆଇ.କ୍ୟୁ.ଏ. ସି. ସଂଯୋଜିକା ପ୍ରଫେସର୍ ଡ଼ଃ ସ୍ମରଣିକା ହୋତା ଯୋଗଦେଇ “ବିଶ୍ବ କଲ୍ୟାଣ ନିମନ୍ତେ ବିଶ୍ବ ବିଜ୍ଞାନ” ନିହିତ ବୋଲି ମନ୍ତବ୍ୟ ରଖିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଯେ. ସୂର୍ଯ୍ୟ ନାରାୟଣ ଆଚାରୀ ସଭାକାର୍ଯ୍ୟର ସଂଯୋଜନା କରିଥିଲାବଳେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ଃ ଲୋକନାଥ ମିଶ୍ର ସଭା କାର୍ଯ୍ୟକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ। ପ୍ରାଣୀ ବିଜ୍ଞାନର ପ୍ରଫେସର ଡ଼ଃ ସନ୍ତୋଷ ପାତ୍ର ବିଜ୍ଞାନର ସଦୁପଯୋଗ କରିବା ନିମନ୍ତେ ବକ୍ତବ୍ୟ ରଖିଥିଲା ବେଳେ ମହାବିଦ୍ୟାଳୟର ସମସ୍ତ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡ଼ଃ ଯୁବରାଜ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ