ଗଞ୍ଜାମ ରେ ବିଦ୍ୟାଜ୍ୟୋତି ସମ୍ମାନ ସମାରୋହ

ଗଂଜାମ, (ବିନୋଦପଲେଇ):ବ୍ୟକ୍ତିତ୍ବର ବିକାଶରେ ରାଷ୍ଟ୍ରର ବିକାଶ । ନିଜର ଶିକ୍ଷାର ସମାପ୍ତିପରେ ବହୁ ରାଷ୍ଟ୍ରୀୟ କମ୍ପାନୀ ପାଖରେ ବିଦ୍ୟାର୍ଥି ମାନେ ନିଜକୁ ବିକ୍ରି ନ କରି ମେଧାଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କଲେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଗଞ୍ଜାମ ସହର ଠାରେ ଅନୁଷ୍ଠିତ ବିଦ୍ୟା ଜ୍ୟୋତି ସମ୍ମାନ ସମାରୋହରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଛନ୍ତି।ଗଞ୍ଜାମ ସହର ସ୍ତୁତି ଭାରତୀ ଵିଦ୍ୟା ସଭାଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭରସା ଆନୁକୂଲ୍ୟରେ ବିଦ୍ୟା ଜ୍ୟୋତି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନ ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଓ ଅମୃତ ମୋହଉତ୍ସଵ ପାଳନ ଉପଲକ୍ଷେ ଭରସାର ସମ୍ପାଦକ ଦୂର୍ଗା ମାଧବ ପାଣିଗ୍ରାହୀଙ୍କତତ୍ତ୍ୱାବଧାନରେ ଓ ଉପଦେଷ୍ଟା ଶିକ୍ଷାବିତ ଡ଼. ସବିତା ରାଣୀ ପଟ୍ଟନାୟକଙ୍କ ପୋୖରରେହିତ୍ୟି ରେ ଆୟୋଜିତ ଉତ୍ସଵରେ ମୁଖ୍ୟ ଅତିଥି ରୂପେ ଗଂଜାମ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ରୂପେ ଗ୍ରାସୀମ ଇଣ୍ଡୋଷ୍ଟିଜର ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି, ସ୍ୱତନ୍ତ୍ର ଅତିଥି ରୂପେ ଗଞ୍ଜାମ ବିଡ଼ିଓ ବିଶ୍ଵଜିତରାୟ, ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ,ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ଇଂ.ବିନୋଦ କୁମାର ପାଢୀ, ଗଞ୍ଜାମ ବିଇଓ ଭାଗିରଥି ବେହେରା ଡାକ୍ତର ପ୍ରବୀଣା କୁମାରୀ ପଣ୍ଡା, ଓ ସମ୍ମାନିତ ଅତିଥି ରୂପେ ଏବିଇଓ ବିଜୟ କୁମାର ବେହେରା, ଭାରତୀ ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ରେଡ୍ଡୀ, ଜୟଶ୍ରୀ ଇଂରାଜୀ ମିଡ଼ିୟମ ସ୍କୁଲର ଅଧ୍ୟକ୍ଷ ଜୟଲକ୍ଷ୍ମୀ ମହାନ୍ତି , ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଚରଣ ପାଢ଼ୀ, ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ସକ୍ଷମର ଉପଦେଷ୍ଟା ସନ୍ତୋଷରେଡି ଯୋଗଦେଇଥିଲେ। ଶିକ୍ଷକ ଦାମୋଦର ପଣ୍ଡା ଓ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମିଶ୍ରଙ୍କ ସଂଯୋଜନାରେ ସମାରୋହରେ ମେଟ୍ରିକ ପରୀକ୍ଷା ରେ ବ୍ଲକ ଟପ୍ପର ହୋଇଥିବା ଦେବାଶିଷ ପଣ୍ଡା, ଯୁକ୍ତଦୁଇ ବିଜ୍ଞାନରେ ବ୍ଳକ ଟପ୍ପର ହୋଇଥିବା ମୌସୁମୀ ପଣ୍ଡା, ବିଜ୍ଞାନରେ ଟପ୍ପର ହୋଇଥିବା କେ.ରୋହିଣି ରେଡ୍ଡୀଙ୍କ ସମେତ ଗଞ୍ଜାମ ବ୍ଲକର ୨୩ ଟି ହାଇସ୍କୁଲର ଏ୧ ହୋଇଥିବା ଟପ୍ପର ବିଦ୍ୟାର୍ଥୀଙ୍କୁ ସମର୍ଦ୍ଧିତ କରାଯାଇଥିଲା। ସେହିପରି ଲଗାତାର ପଞ୍ଚମଥର ପାଈଁ ବ୍ଲକ ସ୍ତରୀୟ ସ୍କୁଲ ଟପ୍ପର ହୋଇଥିବା ଗଞ୍ଜମ ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ ରନିଙ୍ଗସିଲ ପ୍ରଦାନ କରାଯାଇଥିଲା। ଏ୧ଟପ୍ପର ବିଦ୍ୟାଳୟର ପ୍ରଧାନ ଶିକ୍ଷଙ୍କୁ ସମ୍ମାନନିତ କରାଯାଇଥିଲା। ସେହିପରି କୋଭିଡ଼ି ସମୟରେ ସେବାଯୋଗାଇଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ସରସ୍ୱତୀ ମହାଙ୍କୁଡ଼, ଓ ବାବୁ ପ୍ରାଧନଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଆରମ୍ଭରେ ସ୍ୱେଚ୍ଛାସେବୀ ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେକେ, ଧନ୍ୟବାଦ ଅର୍ପଣ କରିଥିଲେ ଵିନୋଦ ଚନ୍ଦ୍ର ପଲେଇ।ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀ ଟୁକୁ ମହାନ୍ତି, ଉମା ଶଙ୍କର ଦାସ, ଅଖିଳ ତରାଇ , ପ୍ରଭାତ ସାହୁ, ପ୍ରଫୁଲ୍ଲ ସାହୁ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ