ଗଞ୍ଜାମ ରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ସଂସ୍କୃତି ଭବନ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ସହର ସ୍ଥିତ ଗ୍ରାସିମ ଇଣ୍ଡୋଷ୍ଟିଜ ସିଏସଆର ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ଭାରତ କ୍ଲିନିକ ସହଯୋଗ ଅନୁଷ୍ଠିତ ଏହି ଶିବିରକୁ ଗ୍ରାସୀମ ଇଣ୍ଡୋଷ୍ଟିଜର ଆଡ଼ମିନ ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି ଉଦଘାଟନ କରିଥିଲେ। ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ଇଂ.ବିନୋଦ କୁମାର ପାଢୀ, ଭାରତ କ୍ଲିନକର ପ୍ରୋପାଇଟର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବଡ଼ବଜ଼ାର ବ୍ୟବସାୟୀ ସଂଘ ସଭାପତି ଗୌରୀ ଶଙ୍କର ବାରିକ, ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ଅର୍ଥ ପେଢିର ଡାକ୍ତର ସତୀଶ ମହାପାତ୍ର, ମେଡ଼ିସିନର ଡାକ୍ତର ଲକ୍ଷ୍ମୀକାନ୍ତ ରଥ,ଗାଇନିକର ସୁଭ୍ରା ପାଳ ଯୋଗ ଦେଇ ୨୭୫ ଲୋକଙ୍କର ବିଭିନ୍ନ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ।
ଏହି ଅବସରରେ ବ୍ଲଡ଼ ପ୍ରେସର, ୟୁରିକ ଏସିଡି, ବୋନ ମିନିରାଲ ଡେନସିଟି ପରୀକ୍ଷା କରାଯାଇଥିଲା। ଏହାକୁ ଅଜୟ ବାରିକ, ପଙ୍କଜ ପଲେଇ, ଜୟବାରିକ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ , ଅଶାକର୍ମୀ ସହଯୋଗ କରିଥିଲେ।


