ଗଞ୍ଜାମ ରେ ମେଗା ରକ୍ତଦାନ ଶିବିର, ୧୦୨ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ସହର ସ୍ଥିତ ବରପଲ୍ଲୀଗ୍ରାମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରପଲ୍ଲୀ ୟୁଥ କ୍ଲବ, ଗଞ୍ଜାମ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ, ଏବଂ ଗାୟତ୍ରୀ ପରିବାର (ରମ୍ଭା) ,ସହଯୋଗରେ ଅନୁଷ୍ଠିତ ଏହି ମେଗା ରକ୍ତ ଦାନ ଶିବିରକୁ ଗଂଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଉଦଘାଟନ କରିଥିଲେ। ସ୍ୱେଚ୍ଛାସେବୀ ଶିବାନନ୍ଦ ପଲେଇ ଓ ଅକ୍ଷୟ କୁମାର ପ୍ରଧାନଙ୍କ ତ୍ଵତାଵଧାନରେ ଏହି ରକ୍ତଦାନ ଶିବିରରେ ଅଷ୍ଟମ ବାଟାଲିୟନର ଦୁର୍ଗପତି ସୁର୍ଯ୍ୟନାରାୟଣ ମଲ୍ଲିକ, ସହ ଦୁର୍ଗପତି ଅରୁଣ କୁମାର ପ୍ରଧାନ, ଗଂଜାମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରବୀଣ କୁମାର ନନ୍ଦ,ଗଞ୍ଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ପୁର୍ତ୍ତ ବିଭାଗର ଅବସର ପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରି ବିନୋଦ ଚନ୍ଦ୍ର ପାଢ଼ୀ, ଗଞ୍ଜମ ଏବିଇଓ ବିଜୟ କୁମାର ବେହେରା, ଅଧ୍ୟାପକ ଅମର ବିଶୋଇ,ଅଧ୍ୟାପିକା ପ୍ରଭାତି ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମନଙ୍କ ମଧ୍ୟରେ ଗଞ୍ଜାମ ଏନଏସିର ଛାତ୍ର ବିଜେଡି ସଭାପତି ରାକେଶ ଦାଶ, ରମ୍ଭା ଗାୟତ୍ରୀ ପରିବାରର ପଞ୍ଚାନନ ଖଟୁଆ, ରବିନାରାୟଣ ସେନାପତି, ଉମାକାନ୍ତ ସାହୁ, ଶହଦେବ ବେହେରା, ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସହିତ କରିଥିଲେ। ଅଷ୍ଟମ ବାଟାଲିୟନର ସଂଘ ସଭାପତି ପ୍ରଭାକର ବେହେରା, ଶୁଭେନ୍ଦୁ ପଲେଇ, ଏବଂ ସୁକାନ୍ତ ବିଶ୍ୱାଳ ବିଭୁପ୍ରସାଦ ତରେଇ, ସାଗର ତରେଇ ପ୍ରମୁଖ ପରିଚାଳନା କରିଥିଲେ । ଅଷ୍ଟମବାଟଲିୟନର ୧୫ ଜଣ ସିପାହୀ ରକ୍ତ ଦାନ କରିଥିବା ବେଳେ, ଏହି ଅବସରରେ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ