ଗଞ୍ଜାମ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ଷ୍ଟାଡିୟମରେ ଗଞ୍ଜାମ ବ୍ଳକ ଓ ଗଞ୍ଜାମ ଏନଏସି ର ମିଳିତ ଆନୁକୂଲ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lମହିଳା ଶିଶୁ ବିକାଶ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ ଗଞ୍ଜାମ ବ୍ଳକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ସମ୍ମାନିୟ ଅତିଥି ରୂପେ ଯୋଗଦେଇ ଥିଲେ l ଗଞ୍ଜାମ ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, ଗଞ୍ଜାମ ତହସିଲଦାର କୁଞ୍ଜବିହାରୀ ବଡ ଜେନା, ଗଞ୍ଜାମସିଡିପିଓସଲୀଳାପ୍ରଧାନମଞ୍ଚାସିନଥିଲେ l ଏହି ଅବସରରେ ଅତିଥି ମାନେ ସୁଭଦ୍ରା ଯୋଜନାର ସୁଫଳ ଓ ସଫଳତା ଉପରେ ଆଲୋକପାତ କରିଥିଲେ l ଏହି ପରିପ୍ରେକ୍ଷୀରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ କାର୍ଯ୍ୟକ୍ରମ ସିଧାପ୍ରସାରଣ କରାଯାଇଥିଲା l.ବ୍ଳକର ଆବାସଯୋଜନା (ଗ୍ରାମଣୀ )ରେ ସପୂର୍ଣ କରିଥିବା ୨୦ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ ପ୍ରମାଣପତ୍ର ବଣ୍ଟନ କରାଯିବା ସହ ସମ୍ମାନୀତି କରାଯାଇଥିଲା l ସ୍ଵଛତା ହିଁ ସାଥି ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶପଥପାଠ କରାଯାଇଥିଲା l ଓଏଲଏମ -ବିପିଏମ ଜଳନ୍ଧର ମହାରଣା, ମିଶନଶକ୍ତି ବିପିସି ଚନ୍ଦନ କୁମାର ପାଢ଼ୀ, ଗଞ୍ଜାମ ଏନଏସି -ସିଓ -ଅଞ୍ଜଳି ପାଢ଼ୀଙ୍କ ମିଳିତ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାପରିଷଦସଭ୍ୟ ସନାତନ ବେହେରା, ସମିତିସଭ୍ୟ ଗୀତାଞ୍ଜଳି ବେହେରା, ଧ୍ରୁବଚରଣ ପଲେଇ, ମଳୟ ଦାଶ, ସରପଞ୍ଚ ରବୀନ୍ଦ୍ର କୁମାର ବେହେରା, ରଞ୍ଜନ କୁମାର ପଲେଇ, ସନ୍ତୋସିନି ବେହେରା, ମମତା ବେହେରା, ଶୀଧେଶ୍ୱର ନାୟକ,,ଗଞ୍ଜାମ ଏନଏସି କାଉନସିଲର ପୁରୁଷୋତ୍ତମ ସାହୁ, ସଂଯୁକ୍ତା ଦାଶ, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ, ରିତାମହାରଣା, ବିଧାୟକ ପ୍ରତିନିଧି ମାନସ ନାହାକ
ସହକାରୀ ନିର୍ବାହୀଯନ୍ତ୍ରୀ ସୁଶିଲ କୁମାର ପଣ୍ଡା, ଶିକ୍ଷକ ନିରଞ୍ଜନ ମହାପାତ୍ର,ବିଏସଏସଓ କେଶବ ବେହେରା ପ୍ରମୁଖ ସମେତ ହଜାର ହଜାରମିଶନଶକ୍ତି ମହିଳା, ସ୍ଵଛସାଥି, ଅଙ୍ଗନବାଡି,ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୁଭଦ୍ରା ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଆସିଯାଇଥିବାରୁ ହିତାଧିକାରୀଙ୍କ ଖୁସି ବାରି ହୋଇପଡିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ