ଗଞ୍ଜାମ ର ବିଶ୍ୱ ପ୍ରସିଦ୍ଧ ଦୋଳଯାତ୍ରା ପାଇଁ ଏନଏସି ତରଫରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ ସହର ରେ ପାଞ୍ଚ ଦିନ ବ୍ୟାପି ହେବାକୁ ଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ଦୋଳ ଯାତ୍ରା ପାଇଁ ଗଞ୍ଜାମ ଏନ.ଏ.ସି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ, ଗଂଜାମ ମେଡିକାଲ ଅଫିସର ଡାକ୍ତର ପ୍ରିୟଦର୍ଶନୀ ରାଉତରାୟ, ଯୋଗଦେଇ ଥିଲେ । ଆସନ୍ତା ମାସ ମାର୍ଚ୍ଚ ପାଞ୍ଚ ତାରିଖ ଠାରୁ ନଅ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିବସ ବ୍ୟାପି ଐତିହାସିକ ଦୋଳ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଠାକୁର ଆସୁଥିବା ସବୁ ରାସ୍ତା ଓ ବଜାର ରେ ବିପଦପୂର୍ଣ୍ଣ, ଓ ଓହଳି ଥିବା ବିଦୁତ୍ ତାର ମରାମତି କରିବା, ପାନୀୟ ଜଳ ଯୋଗାଣ ରେ ବାଧାପ୍ରାପ୍ତ ନ ହେବା, ସମସ୍ତ ବନ୍ଦ ସଫା କରାଯିବା, ଅଲୋକ ବେବ୍ୟସ୍ଥା ଠିକ କରାଯିବା, ପରିମଳ ବେବ୍ୟସ୍ତ ସଜଡ଼ା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରା ସମୟରେ ମିଠା ଦୋକାନ, ଫାଷ୍ଟଫୁଡ଼ , ଦୋକାନ ମାନେ ଖାଇବା ଜିନିଷରେ କଲର ଫେବର ମିସାଇଲେ, ପଚା ଓ ବାସୀ ଜିନିଷ ରଖୀ ବିକିଲେ 25ହଜାର ଟଙ୍କା ଫାଇନ ଆଦାୟ ହେବ ବୋଲି ତହସିଲଦାର କହିଥିଲେ । ବଜାର ଯାତ୍ରା ପୂର୍ବରୁ ବଜାର ରାସ୍ତା କୁ ଲାଗି ସହିକୁ ଯିବାକୁ ଥିବା ଆପ୍ରୋଜ ରାସ୍ତା ଓ ମେଡିକାଲ ଆଗରୁଜବର ଦଖଲ ତିନିତାରିଖ ସୁଦ୍ଧା ନ ହଟିଲେ ପ୍ରଶାସନ ତରଫରୁ ଉଛେଦ କରାଯିବ ଏଥିରେ ଅଞ୍ଚଳ ବାସୀଙ୍କ ସହସଯୋଗ ଲୋଡିଥିଲେ ତହସିଲଦାର ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜାର ଯାତ୍ରା ପୂର୍ବରୁ ଓ କୁଞ୍ଜଫେରିବା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ । ଗଂଜାମ ମେଡ଼ିକାଲ ରେ 24 ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ପୋଲିସ ତରଫରୁ ଦାମୋଦର ପୁର, ବଡ଼ବଜାର, ତ୍ରିବେଣୀ ମଠ ଛକ ଠାରେ ଆସ୍ଥାଇ ପୋଲିସ ଚେକ ପୋଷ୍ଟ ଖୋଲାଯାଯିବା ସହ ପେଙ୍କାଳି ବାଯାଇ, ଝିଅ, ମହିଳା ଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଦୁର୍ବତ ଙ୍କୁ ଧରିବା ପାଇଁ ସାଧପୋଷାକରେ ପୋଲିସ ମୃତୟନ ହେବେ ଓ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ବୋଲି ଆଇଆଇସି ସାହୁ କହିଥିଲେ ।ଯାତ୍ରା ଦେଖିବାକୁ ଆସିବା ସମୟରେ ମହିଳା ମାନେ ସୁନା ଅଳଙ୍କାର ପିନ୍ଧି ନଅ ଆସିବାକୁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ସେହିପରି ଏନଏସି ପରିସରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇ ସମସ୍ତ ଲାଇନ ବିଭାଗ ଅଫିସ ନମ୍ବର ରହିବ, କୁ ସାହିରେ କଣ ଅସୁବିଧା ହେଲେ ଏନଏସି ତରଫରୁ ଏକ ଫୋନ ନମ୍ବର ଦିଆଯିବ ସେମାନେ ଉକ୍ତ ନମ୍ବର ରେ କଲ କଲେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚିବେ ବୋଲି କର୍ଯ୍ୟନିର୍ବାହୀ ଅଧିକାରୀ ଦାସ ସୂଚନା ଦେଇଥିଲେ । ସେହିପରି ମହିଳା ଙ୍କ ପାଇଁ ମୋବାଇଲ ୟୁରିନାଲ ଖୋଲାଯିବ , ସେଥିରେ ପାଣି, ଅଲୋକ ବେବ୍ୟସ୍ଥା କରିବା ପାଇଁ ତହସିଲଦାର ସାହୁ କହିଥିଲେ । ଏହି ବୈଠକରେ PHD -SDO ଡମ୍ବୁରୁ ଧର ନାୟକ, ବିଦୁତ ବିଭାଗ SDO ଗୋପାଳ କୃଷ୍ଣ ପ୍ରଧାନ, ଅବକରି ବିଭଗର ଉମାକାନ୍ତ ସ୍ୱାଇଁ, ଗ୍ରାସିମ୍ର ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, PHD କନିଷ୍ଟ ଯନ୍ତ୍ରି ଆଶିଷ ବରାଳ, ଙ୍କ ସମେତ ବିଭିନ୍ନ ସାହିର ଯାତ୍ରା କମିଟି ସଭ୍ୟ ମନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ