ଗଞ୍ଜାମ ଷ୍ଟେସନରେ ଚାଲୁଥିବା ଟ୍ରେନ ବନ୍ଦ ହୋଇଯିବା ନେଇ ରେଳମନ୍ତ୍ରୀଙ୍କୁ ଚିଠିଲେଖିଲେ ବରିଷ୍ଠ ନାଗରିକ ସମ୍ପାଦକ

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ରେଲୱେ ଷ୍ଟେସନରେ ପୂର୍ବରୁ ରହିଆସୁଥିବା ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ ଟ୍ରେନ କରୋନା ସମୟରୁ ରହଣି ବାତିଲ କରାଯାଇଥିଲା । କରୋନା ହଟିବାପରେ ଟ୍ରେନ ଚାଲୁହୋଇଥିଲେ ମଧ୍ୟ ଗଞ୍ଜାମ ଷ୍ଟେସନରେ ଉକ୍ତ ଟ୍ରେନ ରହଣି ବାତିଲ ହୋଇଯାଇଥିଲା। ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଥିବା ବେଳେ ରେଳ ରୋକ ଆନ୍ଦୋଳନ କରିଥିଲେ ଅଞ୍ଚଳବାସୀ। ବିଭାଗ ପକ୍ଷରୁ ରହିବା ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ଯାହାକୁ ନେଇ ଦୁଇଟି ରେଳ ରହଣି ସହ ଷ୍ଟେସନର ମୌଳିକ ସମସ୍ୟାର ସମାଧାନ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ଗଞ୍ଜାମ ପୋୖରାଞ୍ଚଳର ବରିଷ୍ଠ ନାଗରିକ ପରିଷଦ ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ ।ସେ ଦର୍ଶାଇଛନ୍ତି ଯେ ଗଞ୍ଜାମ ସହର ଶିଳ୍ପାଞ୍ଚଳ ଓ ଐତିହ୍ୟ ସମ୍ପନ୍ନ ସହର ,ବ୍ଲକର ମୁଖ୍ୟାଳୟ ।ଏଠାରେ ଉପରୋକ୍ତ ଦୁଇ ରେଳ ସହ ରାଜ୍ୟାରାଣୀ,ଇଷ୍ଟକୋଷ୍ଟ ଟ୍ରେନ ରହଣି ଦାବି ହେଉଛି ।ଦେଶର ୫୭ଟି ଷ୍ଟେସନ ମଧ୍ୟରୁ ଗଞ୍ଜାମ ଷ୍ଟେସନ ମଧ୍ୟ ଆଧୁନିକରଣ ତାଲିକାରେ ସ୍ଥାନ ପାଇଛି ।ଅଥଚ ମୌଳିକ ସୁବିଧା ,ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସୁବିଧା ନାହିଁ ।ସଂରକ୍ଷଣ କାଉଣ୍ଟର ନାହିଁ,ଶୌଚାଳୟ ଠିକ ନାହିଁ । ଏହାର ସମାଧାନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଗତ ବର୍ଷ ମେ ମାସ ୧୭ ତାରିଖରେ ରେଳରୋକ ଆନ୍ଦୋଳନ କରାଯାଇଥିବା ବେଳେ , ପରବର୍ତ୍ତୀ ସମୟରେ ଗତବର୍ଷ ଡିସେମ୍ବର ଆଠ ତାରିଖରେ ପୁର୍ବତନ ଉପବାଚସ୍ପତିଙ୍କ ରାମ ଚନ୍ଦ୍ରପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ପୂର୍ବତଟ ରେଳବାଇ ଜିଏମଙ୍କୁ ଭେଟି ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ