ଗଞ୍ଜାମ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ଵିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ମୁଖ୍ୟ ବକ୍ତାରୂପେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶଶିର କୁମାର ପରିଜା, ସମ୍ମାନିୟ ଅତିଥି ରୂପେ ଓଡିଶା ଶିକ୍ଷା ବିକାଶ ସମିତିର ଦକ୍ଷିଣ-ପୂର୍ବ ସଂଭାଗର ସମ୍ପାଦକ କିରଣ କୁମାର ପାଢୀ ଯୋଗଦେଇଥିଲେ। ପରିଚାଳନା କମିଟିର ସମ୍ପାଦକ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ,ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର। ଏହି ଅବସରରେ ଦଶମ ଶ୍ରେଣୀ ମେଟ୍ରିକ ବୋର୍ଡ ପରୀକ୍ଷାରେ ବ୍ଳକ ଟପ୍ପର ହୋଇଥିବା ଗାୟତ୍ରୀ ମହାପାତ୍ରଙ୍କୁ ସର୍ବୋଚ୍ଚ ସମ୍ମାନ,ସଂକୁଳ ସ୍ତରରେ କ୍ରୀଡା ଚମ୍ପିୟାନ ରୁଦ୍ର ନାରାୟଣ ଆଚାର୍ଯ୍ୟ , ଗୌରବ ବେହେରା, ବିଶ୍ଵଜିତ ତରାଶିଆ,ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରିଥିଲେ ବିଦ୍ୟାର୍ଥୀ ମାନେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଶିକ୍ଷକ ଲିଙ୍ଗରାଜ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ପରିଚାଳନା କମିଟିର କୋଷାଧ୍ୟକ୍ଷ ବିଶ୍ଵନାଥ ସାମନ୍ତରାଙ୍କ ସମେତ ଆଚାର୍ଯ୍ୟ, ଆଚାର୍ଯ୍ୟ , ପରିଚାଳନା କରିଥିଲେ


