ଗଞ୍ଜାମ ସହରର ଐତିହାସିକ ଦୌଳଯାତ୍ରା ଶାନ୍ତିଶୃଙ୍ଖଳାରେ ଉଦଯାପିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ଐତିହାସିକ ଦୌଳଯାତ୍ରା ଶାନ୍ତିଶୃଙ୍ଖଳାରେ ଉଦଯାପିତ ହୋଇଯାଇଛି। ମଙ୍ଗଳବାରଦିନ ଠାକୁର ଭକ୍ତଙ୍କ ଗ୍ରହଣରେ ଫଗୁଖେଳି ଖେଳି ନିଜ ମନ୍ଦିରକୁ ଫେରିବା ପରେ ଦୌଳଯାତ୍ରା ଶେଷ ହୋଇଥିଲା।ଗତ ତିନି ତାରିଖଠାରୁ ଆରମ୍ବ ହୋଇ ସାତତାରିଖପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଚାଲିଥିବା ଏହି ଯାତ୍ରା ଦେଖିବା ପାଇଁ ଉଦଯାପନ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଦୌଳଯାତ୍ରାର ପ୍ରଥମ ଦିବସରେ ଏକାଦଶୀ ପଟୁଆର ହୋଇଥିବା ବେଳେ ,ଦ୍ୱିତୀୟ ଦିବସରେ ଦ୍ୱାଦଶୀ ପଟୁଆର, ତୃତୀୟଦିବସରେ ସହିଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଦିନ ସମସ୍ତ ସାହିରେ ମନ୍ଦିର ସମ୍ମୁଖରେ ସୁସଜିତ ବିମାନରେ ଠାକୁର ମାନେ ବସିଥିବା ବେଳେ , ତାଙ୍କ ସମ୍ମୁଖରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଵିଶେଷକରି, ଏହି ପାଞ୍ଚ ଦିନ ଯାତ୍ରା ମଧ୍ୟରେ ଗତ ଚତୁଃରଦଶୀ ଏବଂ ଦୋଳପୂର୍ଣମୀ ଅର୍ଥାତ ଗତ ସୋମବାର ଏବଂ ମଙ୍ଗଳବାର ପ୍ରବଳ ଜନସମାଗମ ହୋଇଥିଲା । ଛଅ ତାରିଖ ସୋମବାର ରାତିରେ ବିଭିନ୍ନ ଠାକୁର ଗଞ୍ଜାମ ସହର ସମେତ ପୁଇଁତୋଳା, ଦାମୋଦରପୁର, ବିଞ୍ଚାଣାପଲ୍ଲୀ, ସୂର୍ଯ୍ୟନାରାୟଣପୁର ଗ୍ରାମର ୧୬ଟି ଠାକୁର ସୁସଜ୍ଜିତ ବିମାନରେ ବିଦ୍ୟୁତ ଆଲୋକରେ ସଜ୍ଜିତ ହୋଇ ବାଘନାଚ, ଘୋଡ଼ାନାଚ, ଢୋଲ, ଡିଜେ ର ତାଳେ ତାଳେ ଠାକୁର ମାନେ ପୁରୁଣା ଜତୀୟ ରାଜପଥ (୫) ର ବଡ଼ ବଜ଼ାର ଠାରେ ଏକତ୍ରିତ ହୋଇ ମିଳନ ପର୍ବ ଆରମ୍ଭ ହୋଇଥିଲା ପରେ ପୁରୁଣା ଜଗନ୍ନାଥ ମନ୍ଦିର ପରିସରରେ ଥିବା ନୃସିଂହ ଠାକୁରଙ୍କ କୋହଲା ପରିକ୍ରମା ପରେ ବିଭିନ୍ନ ଠାକୁରଙ୍କ ପାଖରେ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ବ ହୋଇଥାଏ। ସାତ ତାରିଖ ମଙ୍ଗଳବାର ଦିନ ୧୨ଟା ଯାଏଁ ମହାମିଳନ ଅନୁଷ୍ଠିତ ହୋଇଥିଲା।ଠାକୁରଙ୍କ ନିକଟରେ ଗଞ୍ଜାମର ଲୋକକଳା ପ୍ରହଲ୍ଲାଦ ନାଟକ, ନବରଙ୍ଗ, ଗହାଣୀ, ଘୋଡ଼ାନାଚ, ଭାରତଲୀଳା ସାଙ୍ଗକୁ ନୟାଗଡ ଜ଼ିଲ୍ଲାରୁ ଆସିଥିବା ଗୀତିନାଟ୍ୟସହ ଅନ୍ୟାନ୍ୟ ନାଚ ପରିବେଷଣ ହୋଇଥିଲା। ଯାତ୍ରାରେ ବିଭିନ୍ନ ଉଠାଦୋକାନୀ ଠାରୁ ଆରମ୍ବ କରି, ବେଲୁନ ବିକାଳୀ ,ଙ୍କ ଭିଡରେ ଜନସାଧାରଣ ବିଭିନ୍ନ ସାମଗ୍ରୀ କ୍ରୟ କରିଥିଲେ। ଏହା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା।ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ଗଞ୍ଜାମ ଥାନାର ପୁଲିସ ଆଇଆଇସି ସନ୍ତୋଷ ବେହେରାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଗଞ୍ଜାମ ଏନଏସି ପକ୍ଷରୁ ଅଧ୍ୟକ୍ଷ ପ୍ରତିଭା ପାଢ଼ୀ, ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ତତ୍ତ୍ୱାବଧାନରେ ଯାତ୍ରା ପାଇଁ ଦିଆଯାଇଥିବା କାର୍ଯ୍ୟ ସୁଚାରରୂପେ କରାଯାଇଥିଲା। ଠାକୁରମାନେ ସନ୍ଧ୍ୟାରେ ଫଗୁ ଖେଳି ମନ୍ଦିରକୁ ଗଲା ପରେ ମହା ସ୍ନାନ କରିଥିଲେ। ଏହାପରେ ଦୋଳରେ ବିଜେ କରିବା ସହ ଶାକର, ଆମ୍ବ ଏବଂ ମଶୁରିଚଣା ଠାକୁରଙ୍କ ନିକଟରେ ଭୋଗ ହୋଇଥିଲା।ଏହାପରେ ଠାକୁର ନିକଟରେ ନୂତନ ପଞ୍ଜିକା ପଠନ ହୋଇଥିଲା। ଗତକାଲି ରାତ୍ର ଠାକୁରମାନଙ୍କ ନିକଟରେ ରାଜାଗ୍ନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ଦେଖିବା ପାଇଁ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବହୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ।