ଗଞ୍ଜାମ ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ନାମେଣ୍ଟ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସମ୍ବାଦିକ ସଙ୍ଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଫାଇନାଲ ମ୍ୟାଚ ରେ ତହସିଲ ୱାରୀୟସ କୁ ହରାଇ ପୋଲିସ ଇଲେଭେନ ଚମ୍ପିୟାନ ହୋଇଥିଲେ l ଉକ୍ତ ଟୁର୍ନାମେଣ୍ଟ ରେ ସମ୍ବାଦିକ ସଙ୍ଘ, ଗଞ୍ଜାମ କଲେଜ, ପୋଲିସ ପ୍ରଶାସନ ଓ଼ ତହସିଲ ପ୍ରଶାସନ ମଧ୍ୟରେ ବନ୍ଧୁତ୍ୱପୂର୍ଣ କ୍ରିକେଟ ଟୁର୍ନାମେଣ୍ଟ ହୋଇଥିଲା l ପ୍ରାରମ୍ଭ ରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ଼ ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ଉଦଯାପନୀ ସମାରୋହ ଶବର କୁମାର ତାରାଇଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା l ତହସିଲଦାର ଶ୍ରୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ସମ୍ବାଦିକ ମାନେ ଏପିରି ଏକ ବନ୍ଧୁତ୍ୱପୂର୍ଣ ଟୁର୍ନାମେଣ୍ଟ କରି ଭାଇଚାରା ସୃଷ୍ଟି ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହାକୁ ଉଚ୍ଚ ପ୍ରଶଂସା କରିବା ସହ ଚମ୍ପିୟାନ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତାରୂପେ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର,ସମ୍ମାନିତ ଅତିଥିଭାବେ ସମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ l ସନ୍ତୋଷ ସାହାଣି ଓ଼ ସମ୍ବାଦିକ ଅଖିଳ ତରାଇ ମ୍ୟାଚ ପରିଚାଳନା କରିଥିଲେ l ଉମାକାନ୍ତ ବେହେରା, ଦୁର୍ଗାମାଧବ ପାଣିଗ୍ରାହି, ଶିବାନନ୍ଦ, ପଲାଇ, ବିଦ୍ୟାଧର ସାହୁ, ରାକେଶ ରଞ୍ଜନ ଦାସ, କୃଷ୍ଣ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ପଣ୍ଡା, ମିଥୁନ ବାରିକ, ସୁଧିର ନାହାକ, କୃଷ୍ଣଚନ୍ଦ୍ର ଦାସ,ଗୁରୁନାଥ ରେଡି, ବିଜୟଲକ୍ଷ୍ମୀ ମହାଙ୍କୁଡ଼, ସୁନିଲ ପଲାଇ, କେ. ରାଜନୀକାନ୍ତ ରେଡି, ରାକେଶ ତରାଇ, ବିନୋଦ ଚନ୍ଦ୍ର ପଲାଇ, ବଟକୃଷ୍ଣ ରାଉଳ ପ୍ରମୁଖଙ୍କ ସହ ଅନ୍ୟମାନେ ଟୁର୍ନାମେଣ୍ଟ ସୁପରିଚାଳନାରେ ସହଯୋଗ କରିଥିଲେ l ବେଷ୍ଟ ଶିକ୍ସର ଭାବେ ରାକେଶ ରଞ୍ଜନ ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ