ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେବାବେଳେ ଜବତ : ଜଣେ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦିନ ର ନିରବତା ପରେ ପୁଣି ଥରେ ପୁଲିସ କୁ ମିଳିଛି ବଡ଼ ସଫଳତା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରା ପଡି ଜେଲ୍ ମଧ୍ୟ ଜିବାକୁ ପଡ଼ିଛି, ତଥାପି ଗଞ୍ଜେଇ ଚାଷ ,ବା ଚୋରା ଚାଲାଣ ଥମିବାର ନାଁ ଧରୁ ନାହିଁ, ପୁଲିସ ଯେତିକି ଚଢ଼ାଉ ଜାରି ରଖୂଛି, ଗଞ୍ଜେଇ ମାଫିଆ ମାନେ ସେତିକି ସକ୍ରିୟ ଥିବା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ପକ୍ଷରୁ ପୁଣି ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିବାରେ ସଫଳ ହୋଇଛି l ତେବେ ଆଉ କିଛି ମାଫିଆ ପୁଲିସ କୁ ଦେଖି ଫେରାର ହେବାରେ ସକ୍ଷମ ହୋଇଛନ୍ତି, ସୁଚନା ଅନୁସାରେ ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତ ଟକେରି ଗୁଡ଼ା ଗ୍ରାମ ଠାରେ ବାହାର ଜିଲ୍ଲା କୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି କରାଯାଉଥିବା କୈାଣସି ସୁତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଏକ ସ୍ବତନ୍ତ୍ର ପୋଲିସ ଟିମ୍ ସହାୟତା ରେ ଚଢ଼ାଉ କରିଥିଲେ, ଚଢ଼ାଉ ବେଳେ ସେଥିରୁ ୪ କ୍ୟୁଣ୍ଟାଲ୍ ୩୨ କେଜି ଗଞ୍ଜେଇ ଜବତ କରିଛି, ତେବେ କିଛି ମାଫିଆ ପୁଲିସ କୁ ଚକମା ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ  ଥିବା ଟକେରି ଗୁଡ଼ା ଗ୍ରାମ ର କାଳିଆ କହଁର ଙ୍କୁ ପୋଲିସ ଗିରଫ କରି  କୋର୍ଟ ଚାଲାଣ କରିଛି ,ଏ ସଂକ୍ରାନ୍ତରେ ଗୋଛାପଡା ଥାନାରେ କେଶ ନଂ.୪୦/୨୨ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବିଷୟ ଥାନା ଅଧିକାରୀ ଶ୍ରୀ ମୁନି ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ