ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏକ ଗାଡିରେ ପୋଲିସ ଲେଖି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗାଡି ସହ ୨ ଜଣଙ୍କୁ କାବୁ କରିଛି ଗଜପତି ଜିଲ୍ଲା ମୋହନା ପୋଲିସ। ପୋଲିସ ପାଟ୍ରୋଲିଂ” କରୁଥିବା ବେଳେ ନିକଟସ୍ଥ ଅଠରନଳା ଠାରେ ପୋଲିସ ଲେଖାଥିବା ଏକ ଝାଡଖଣ୍ଡ ନଂ ବିଶିଷ୍ଟ ଗାଡ଼ି ଅଟକାଇ ପ୍ରଥମେ ପଚରା ଉଚରା କରିଥିଲା। ପରେ ସନ୍ଦେହରେ ଗାଡିକୁ ଯାଞ୍ଚ କଲା ବେଳେ ସେଥ‌ିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପୋଲିସ ଗାଡ଼ିରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ କେସ ନଂ ୨୦୦/୨୩ରେ ମାମଲା ଗୁଜୁକରି ଅଭିଯୁକ୍ତ ଝାଡଖଣ୍ଡର ଅରୁଣ ଭରତ ଓ ସୁନୀଲ କୁମାର ଯାଦବକୁ ଗିରଫ କରିଛି ଉକ୍ତ ଗଞ୍ଜାଇ କେଶରୀଗୁଡା ଅଞ୍ଚଳରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ