ଗଞ୍ଜେଇ ଜବତ୍ : ଦୁଇ ନାବାଳକ ସମେତ ୬ଗିରଫ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ଙ୍କ ଦ୍ୱାରା ରେ ଏସ ଆଇ ସତ୍ୟ ନାରାୟଣ ଦେବତା ଓ ତାଙ୍କ ଟିମ୍ ମୋହନା କଲେଜ୍ ଛକ ନିକଟରେ ପେଟ୍ରଲିଙ୍ଗ କରୁଥିବା ବେଳେ ମୋହନା ପଟୁ ଆସୁଥିବା ଏକ ଅଟୋ ନଂ ଓଡ଼ି୦୭ ଏନ ୨୦୭୧କୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଅଟୋ ରୁ ତିନୋଟି ପ୍ଲାଷ୍ଟିକ ଅଖା ପାଇଥିଲେ ଯାହାକି ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ପଲାଇ ଙ୍କ ଉପସ୍ଥିତି ରେ ଓଜନ କରିବାରୁ ତାହା ୯୫କିଲ ୪ଶହ ଗ୍ରାମ ହୋଇଥଲା ଯାହାର ବଜାର ମୂଲ୍ୟ ୧୦ଲକ୍ଷ ର ଗଞ୍ଜେଇ ବ୍ରହ୍ମପୁର କୁ ଚାଲାଣ ହେଉଥିଲା ଏଥିରେ ସଂପୃକ୍ତ ଥିବା ନାବାଳକ ସମେତ ଦୁଇ ଗିରଫ ସେମାନେ ହେଲେ ମିହିର ବେହେରା, ଜସପାଲ ନାୟକ ସେଇପରି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ତ୍ୱତବଦନ ରେ ଏସ ଆଇ ଲକ୍ଷ୍ମଣ ବେଶ୍ରା ଓ ତାଙ୍କ ଟିମ୍ ରେଣୁ ଅଞ୍ଚଳ ରେ ପେଟ୍ରଲିଙ୍ଗ କରିବା ବେଳେ ରେଣୁ ଛକ ନିକଟରେ ଏକ କାର ନଂ ଓଡ଼ି ୦୭ଏ ଏ ୫୩୩୪କୁ ଅଟକାଇ ଯାଞ୍ଚ କରି ଦୁଇଟି ବସ୍ତା ରେ ଗଞ୍ଜେଇ ପାଇଥିଲେ ଯାହାକି ଅତିରିକ୍ତ ତହସିଲଦାର ହିମାଂଶୁ ପଲାଇ ଙ୍କ ଉପସ୍ଥିତି ରେ ଓଜନ କରିବାରୁ ତାହା ୬୩କିଲ ୨ଶହ ଗ୍ରାମ ହୋଇଛି ଯାହାର ବଜାର ମୂଲ୍ୟ ୬ଲକ୍ଷ ଏଥିରେ ସଂପୃକ୍ତ ଥିବା ନାବାଳକ ସମେତ ୪ଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ଜଗନ୍ନାଥ ନାୟକ ୨୦, ରଞ୍ଜନ ମହାନ୍ତି ୨୨, ଡି ବିନୟ ବାସୁ ପାତ୍ର ୨୧, ଜୟଲ ଶବର ୨୨ଏମାନେ ବ୍ରହ୍ମପୁର କୁ ଚାଲାଣ କରୁଥିଲେ ନୀଳ ଜହର ଏଥିରେ ବ୍ରହ୍ମପୁର ଓ ଗଜପତି ର ପିଲା ବୋଲି ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି I


