ଗଞ୍ଜେଇ ବସ୍ତା ସହ କାର ଜବତ ମାମଲା ରେ ଫେରାର ଅଭିଯୁକ୍ତ କୋର୍ଟ ଚାଲାଣ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗୁରୁବାର ଜଣେ ଫେରାର ଅଭିଯୁକ୍ତ କୁ ଗିରଫ କରି ବ୍ରହ୍ମପୁର ଜିଲ୍ଲା ଦୌରା ଜର୍ଜ କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାର କୁ  ପଠାଇଥିବା ଜଣାପଡିଛି l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା  ଥାନା କନିସି ହାଟ ଅଞ୍ଚଳର ବିଶ୍ୱଜିତ ରାଉତ l ପୂର୍ବରୁ ଗଜପତି ଜିଲ୍ଲା ଅଡ଼ବା ଥାନା ଖ୍ରୀଷ୍ଟିଆନ ସାହିର ଜୋସେଫ ବିରୋ ଓ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସୁଣ୍ଡୁରୀଗୁଡା ଗ୍ରାମର ରମେଶ ବିଡିକା କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l  ସୂଚନାଯୋଗ୍ୟ ଗତ ନଭେମ୍ବର ୧୨ ତାରିଖରେ ଭୋରୁ ୪ ବସ୍ତା ଗଞ୍ଜେଇ ସହ ଗୋଟାଏ କାର (OR07M2037) କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିଲେ l ପାଟପୁର ପୋଲିସ ପୋଡାମାରି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଗଜପତି ଜିଲ୍ଲା ରୁ ବ୍ରହ୍ମପୁର ଆସୁଥିବା ଗୋଟାଏ କାର କୁ ଦଶେଇପୁର ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲା ସେହି କାର ରୁ ୪ ବସ୍ତା ଗଞ୍ଜେଇ ଥିବା ଦେଖି ଗଞ୍ଜେଇ ସହ କାର କୁ  ଜବତ କରିବା ସହ କାର ରେ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା l ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତି ଉକ୍ତ ଗଞ୍ଜେଇକୁ ଓଜନ କରିବା ପରେ ଉକ୍ତ ଗଞ୍ଜେଇ ର ଓଜନ ୧୦୪ କିଲୋ ୨୦୦ ଗ୍ରାମ ହୋଇଥିବା ଜଣା ପଡିଲା l ଏନେଇ ପାଟପୁର ଥାନା ମାମଲା ନଂ ୨୭୬/୨୦  ରେ  ଏକ ମାମଲା ରୁଜୁ କରିବା ସହ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲ୍ଲା ଦୌରା ଜର୍ଜ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଆଜି ଫେରାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟପୁର ପୋଲିସ ସୂଚନା ଦେଇଛୀ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ